Home ରାଜ୍ୟସରକାରୀ ଉଚ୍ଚ ବିଦ୍ୟାଳୟ ତୋର୍ରା ରେ ବାର୍ଷିକ ଉତ୍ସବ ପାଳିତ।

ସରକାରୀ ଉଚ୍ଚ ବିଦ୍ୟାଳୟ ତୋର୍ରା ରେ ବାର୍ଷିକ ଉତ୍ସବ ପାଳିତ।

by Maraguda Express
0 comments
ନୂଆପଡ଼ା -୩୧/୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ସଦର ବ୍ଲକ ମୋଟା ନୂଆପଡ଼ା ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ତୋର୍ରା ଠାରେ ବାର୍ଷିକ ଉତ୍ସବ ମହାସମାରୋରେ ରେ ପାଳିତ ହୋଇଯାଇଛି। ଉପରୋକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରେମଲାଲ ସାହୁଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ସଭା ରେ ବାର୍ଷିକ ଉତ୍ସବ ପାଳନ ହୋଇଛି। ଏ ଅବସର ରେ ମୁଖ୍ୟ ଅତିଥି ରୁପେ ନୂଆପଡା ବିଧାୟକ ଜୟ ଢୋଲକିଆ ଯୋଗଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ଵରୀ ସାହୁ, ବ୍ଲକ ଉପାଧ୍ୟକ୍ଷ ଦିଲୀପ କୁମାର ନିର୍ମଳକର,ନୂଆପଡା ଜିଲ୍ଲା ପରିଷଦ (ଜୋନ-୯) ସଭ୍ୟ ଭରତ ଲାଲ୍ ରାଉତ , ମୋଟନୁଆପଡ଼l ସରପଞ୍ଚ ମୋତିଲାଲ ଉଜୀର, ଚୁଲାଭାଟ୍ ସରପଞ୍ଚ ଶ୍ରୀମତୀ ଚମ୍ପାବାଇ ଠାକୁର, ମୋଟନୁଆପଡ଼l ସିଆରସିସି ପଦ୍ମନ ବିଶି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।। ଅବସର ପ୍ର।ପ୍ତ
ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକଙ୍କ ବିବରଣୀ ପାଠ ଶୁଣି ବିଧାୟକ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ରାଶି ଘୋଷଣା କରିଥିଲେ । କେନ୍ଦୁବାହାରା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ସଭା ଶେଷ ରେ ବିଦ୍ୟାଲୟ ର ସହକାରୀ ଶିକ୍ଷକ ସଂଗ୍ରାମ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କର ସାଂସ୍କୃତିକ କାର୍ଯକ୍ରମ ଆରମ୍ଭ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଟାନୱାଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ ସୁନାନି। କାର୍ଯକ୍ରମ ପାଇଁ ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ ଅରବିନ୍ଦ ପ୍ରଧାନ , ପଙ୍କଜ ସତନାମୀ, ସିଦ୍ଧାନ୍ତ ସାହୁ ,ଶ୍ରୀମତୀ ଅପରାଜିତା ବେହେରା ,ଶ୍ରୀମତୀ ସରୋଜିନୀ ସେନାପତି , ମନିଶ କୁମାର ସାହୁ , ଲକ୍ଷ୍ମୀ ଚନ୍ଦ ପଟେଲ , ମନୋଜ କୁମାର ପଟେଲ ସଫେଇ କର୍ମଚାରୀ ଟୋମଲ୍ ମାଝୀ ତଥା ରାତ୍ର ଜଗୁଆଳୀ ଗୋବିନ୍ଦ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ପୂର୍ବତନ ଛାତ୍ର ଛାତ୍ରୀମାନେ ଉକ୍ତ କାର୍ଯକ୍ରମ ରେ ଉପସ୍ଥିତ ରହି ବର୍ଷିକ ଉତ୍ସବକୁ ସଫଳ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha