Home ରାଜ୍ୟଓଡ଼ିଆ ପକ୍ଷ–୨୦୨୬ ଅବସରରେ ନୂଆପଡ଼ାରେ ବିଶାଳ ଗଣଦୌଡ ଅନୁଷ୍ଠିତ।

ଓଡ଼ିଆ ପକ୍ଷ–୨୦୨୬ ଅବସରରେ ନୂଆପଡ଼ାରେ ବିଶାଳ ଗଣଦୌଡ ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା – ୦୫/୦୪ – “ଓଡ଼ିଆ ପକ୍ଷ–୨୦୨୬” ପାଳନ ଅବସରରେ ଆଜି ନୂଆପଡ଼ାରେ ଏକ ବିଶାଳ ଗଣଦୌଡ ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ ଏହି ଗଣଦୌଡ ଆୟୋଜନ କରାଯାଇଥିଲା।
ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡ ଜିଲ୍ଲାପାଳ କାର୍ଯ୍ୟାଳୟରୁ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟେଡିୟମ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଜସ୍ମିନ ସାହୁ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର ସହ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, କ୍ରୀଡାବିତ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସହ ମୋଟ ୫୩୨ ଜଣ ଦୌଡାଳୀ ଏହି ଗଣଦୌଡରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ଗଣଦୌଡର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଓଡ଼ିଆ ଭାଷାକୁ ପଢ଼ିବା, ଲେଖିବା ଓ କହିବା ପାଇଁ ଆହ୍ୱାନ କରିଥିଲେ। ସେ ବିବାହ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ଆମନ୍ତ୍ରଣ ପତ୍ରଗୁଡ଼ିକୁ ମଧ୍ୟ ଓଡ଼ିଆ ଭାଷାରେ ଲେଖିବାକୁ ଉତ୍ସାହିତ କରିଥିଲେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଏହି ଗଣଦୌଡକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha