Home ରାଜ୍ୟଧରମବନ୍ଧା ପୂର୍ବତନ ସରପଞ୍ଚ ତଥା ବରିଷ୍ଠ କୃଷକ ନେତା ଓମ ପ୍ରକାଶ କଳାର ଙ୍କ ନିଧନ : ବିଭିନ୍ନ ମହଲରେ ଶୋକର ଛାୟା।

ଧରମବନ୍ଧା ପୂର୍ବତନ ସରପଞ୍ଚ ତଥା ବରିଷ୍ଠ କୃଷକ ନେତା ଓମ ପ୍ରକାଶ କଳାର ଙ୍କ ନିଧନ : ବିଭିନ୍ନ ମହଲରେ ଶୋକର ଛାୟା।

by Maraguda Express
0 comments
ନୂଆପଡ଼ା- ୧୯/୦୫ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଧରମବନ୍ଧା ଅଞ୍ଚଳର ପୂର୍ବତନ ସରପଞ୍ଚ, ବିଶିଷ୍ଟ ସମାଜସେବୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ କୃଷକ ନେତା ଓମ ପ୍ରକାଶ କଳାରଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ  ବୟସ ପ୍ରାୟ ୫୮ ବର୍ଷ  ହୋଇଥିବା ବେଳେ ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଛତିଶଗଡ଼ ରାଜ୍ୟ ରାୟପୁର ରେ ଚାଲିଥିଲା ଚିକିତ୍ସା।
ସୂଚନା ଅନୁଯାୟୀ, ଶ୍ରୀ କଳାର ଗତ କାଲି ହଠାତ ବାଥରୁମ ରେ ପଡ଼ି ଯାଇଥିଲେ।ତାଙ୍କ ବ୍ରେନ ହେମରେଜ ହୋଇ ମସ୍ତିସ୍କ ରୁ ରକ୍ତ ସ୍ରାବ ହେବାରୁ ଗୁରୁତର ରୁପେ ତାଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଓମ ପ୍ରକାଶ କଳାର ଜଣେ ଅମାୟିକ, ମେଳାପୀ ଏବଂ ଜନପ୍ରିୟ ବ୍ୟକ୍ତିତ୍ୱ ଥିଲେ। ସରପଞ୍ଚ ଭାବେ ଅଞ୍ଚଳର ବିକାଶ ଏବଂ କୃଷକ ନେତା ଭାବେ ଚାଷୀଙ୍କ ହକ ପାଇଁ ସେ ସଦାସର୍ବଦା ସ୍ୱର ଉତ୍ତୋଳନ କରିଆସୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ମର୍ମାହନ୍ତ ହୋଇପଡ଼ିଛନ୍ତି।
“ଓମ ପ୍ରକାଶଜୀ ଙ୍କ ବିୟୋଗ କେବଳ କୃଷକ ସମାଜ ପାଇଁ ନୁହେଁ, ବରଂ ସମଗ୍ର ନୂଆପଡ଼ା ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି।” – ସ୍ଥାନୀୟ ନେତୃବୃନ୍ଦ
ତାଙ୍କ ଅକାଳ ବିୟୋଗରେ ବିଜେପି ଦଳୀୟ କର୍ମୀ, କୃଷକ ସଂଗଠନ, ସମାଜସେବୀ ଏବଂ ବିଭିନ୍ନ ମହଲରୁ ଗଭୀର ସମବେଦନା ପ୍ରକାଶ ପାଇଛି। ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଏହି ଅସହ୍ୟ ଦୁଃଖ ସହିବାକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ପ୍ରାର୍ଥନା କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha