Home ରାଜ୍ୟଉଦ୍ୟାନବନ୍ଧ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର : “ମା, ମାତୃଭାଷା ଓ ମାତୃଭୂମିକୁ କେବେ ଭୁଲନ୍ତୁ ନାହିଁ” – ଜିଲ୍ଲାପାଳ ।

ଉଦ୍ୟାନବନ୍ଧ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର : “ମା, ମାତୃଭାଷା ଓ ମାତୃଭୂମିକୁ କେବେ ଭୁଲନ୍ତୁ ନାହିଁ” – ଜିଲ୍ଲାପାଳ ।

by Maraguda Express
0 comments
ନୂଆପଡ଼ା- ୧୩ -/୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ର ଉଦ୍ୟାନବନ୍ଧ ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରମିକ ସମସ୍ୟାର ସମାଧାନ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
​ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ,ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବିଡିଓ ପବିତ୍ର କୁମାର ସାମଲ ଓ ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, ଚାଷୀ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ସୁଫଳ କିଭଳି ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ।
​”ଝିଅ ପାଇଁ ଗଛଟିଏ” ଓ ସାମାଜିକ ସଚେତନତା
​ଏହି ଅବସରରେ ଜିଲ୍ଲାପାଳ ନବଜାତ କନ୍ୟା ଶିଶୁ ‘ରୀୟଂଶି’ଙ୍କୁ କୋଳକୁ ନେଇ ଆଶୀର୍ବାଦ ପ୍ରଦାନ କରିବା ସହ “ଝିଅ ପାଇଁ ଗଛଟିଏ” ଅଭିଯାନରେ ତାଙ୍କ ପିତାମାତାଙ୍କୁ ବୃକ୍ଷ ଚାରା ଓ ଉପହାର ପ୍ରଦାନ କରିଥିଲେ। ଏହା ସହିତ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ସହାୟତା ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ପ୍ରବାସୀ ଶ୍ରମିକ ସମସ୍ୟା ଉପରେ ଏକ ସୁନ୍ଦର ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା।
​ଜିଲ୍ଲାପାଳ ଏ ଅବସର ରେ ଆହ୍ୱାନ ଦେଇ କହିଲେ ଯେ, ଦଲାଲଙ୍କୁ ଦୂରେଇ ରୁହନ୍ତୁ ।
​ ଜିଲ୍ଲାପାଳ ଶ୍ରୀ ଦାଶ ଆହୁରି କହିଥିଲେ, “ନିଜ ମାଟିରେ ରୋଜଗାରର ଅନେକ ସୁଯୋଗ ଅଛି। ଶ୍ରମିକ ଦଲାଲମାନଙ୍କ ପ୍ରଲୋଭନରେ ପଡ଼ି ବାହାରକୁ ନଯାଇ ସରକାରୀ ଯୋଜନାର ଲାଭ ଉଠାନ୍ତୁ।”
​ ଶିଶୁମାନଙ୍କୁ କାମରେ ନଲଗାଇ ବିଦ୍ୟାଳୟକୁ ପଠାନ୍ତୁ। ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ ରଖନ୍ତୁ।
ମା, ମାତୃଭାଷା ଓ ମାତୃଭୂମିକୁ ସର୍ବଦା ସମ୍ମାନ ଦିଅନ୍ତୁ।
​ହିତାଧିକାରୀଙ୍କୁ ସମ୍ମାନ ଓ ସହାୟତା
​କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ।
​ବିବାହ ସହାୟତା, ଶ୍ରମ ବିଭାଗ ପକ୍ଷରୁ ରେଖରାମ ଅହିର ଓ ପୂର୍ଣ୍ଣିମା ମାଝୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ।
​ଶ୍ରମିକ ଙ୍କ ଶ୍ରମ କୁ ସମ୍ମାନ । ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧନା।
​ସ୍ୱଚ୍ଛତା ପାଇଁ ଚନ୍ଦ୍ର କୁମ୍ଭାର, କଶ୍ୟପ ସାଗରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ “ସ୍ୱଚ୍ଛତା ଦୂତ” ସମ୍ମାନ ପ୍ରଦାନ।
​ଜୀବଜନ୍ତୁ ସେବା “ପକ୍ଷୀ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅଧୀନରେ ପକ୍ଷୀଙ୍କ ପାଇଁ ଜଳ ଓ ଖାଦ୍ୟର ବ୍ୟବସ୍ଥା।
​ଶେଷରେ ଜିଲ୍ଲାପାଳ ନିଜେ ପ୍ରବାସୀ ଶ୍ରମିକ ଜଳନ୍ଧର ବେମାଲଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୋମନା ବିଡିଓ, ତହସିଲଦାର ଓ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha