75
ନୂଆପଡ଼ା -୨୯/୬- ମଣ୍ଡିରୁ ସରକାରୀ ଧାନ ସଂଗ୍ରହରେ ଚରମ ଅବହେଳାକୁ ପ୍ରତିବାଦ କରି ଆଜି ନୂଆପଡ଼ା ଜିଲ୍ଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ସ୍ଥାନୀୟ ମଣ୍ଡିଗୁଡ଼ିକରୁ ଜରୁରୀକାଳୀନ ଭିତ୍ତିରେ ଧାନ ଉଠାଇବା ଦାବିରେ ଶତାଧିକ ଚାଷୀ ଆଜି ଖଡିଆଳ ବ୍ଲକ୍ ଛକଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ଚକା ଜାମ୍ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିବା ସହ ଘଣ୍ଟା ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।



କଠିନ ପରିଶ୍ରମ କରି ଫସଲ ଅମଳ କରି ମଣ୍ଡିରେ ଧାନ ବିକ୍ରି କରି କିଛି ଅର୍ଥ ଉପାର୍ଜନ କରି ପରିବାର ପ୍ରତି ପୋଷଣ କରିବା ଚାଷୀ ଆଶା ବାନ୍ଧିଥିଲା । ହେଲେ ଆଶା ପାଣି ଫାଟିଯାଇଛି ।
ପ୍ରଶାସନର ଚରମ ଅବହେଳାକୁ ଦାୟୀ କରି ଚାଷୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ଧାନ ଉଠା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ଓ ଉଗ୍ର ରୂପ ଧାରଣ କରିବ। ଚାଷୀଙ୍କ ଆନ୍ଦୋଳନ ସ୍ଥଳ କୁ ଏସିଏସଓ ଆସି ବୁଝା ସୁଝା କରି ଆନ୍ଦୋଳନ ରୁ ବିରତ ହେବାକୁ ବୁଝାଇଥିଲେ ହେଁ ଆଲୋଚନା ବିଫଳ ହୋଇଛି। ଖବର ଲେଖା ହେବା ଯାଏଁ ଆନ୍ଦୋଳନ ଆବ୍ୟାତ୍ ରହିଛି।