Home ରାଜ୍ୟଅବସର ନୁହେଁ, ଅମର ସେବାର ସମ୍ମାନ : ଠିକପାଳି କ୍ଲଷ୍ଟରରେ ବିଇଓ ଓ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ।

ଅବସର ନୁହେଁ, ଅମର ସେବାର ସମ୍ମାନ : ଠିକପାଳି କ୍ଲଷ୍ଟରରେ ବିଇଓ ଓ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ।

by Maraguda Express
0 comments
ନୂଆପଡା -୨୭/୬-ଶିକ୍ଷା କେବଳ ପାଠଦାନରେ ସୀମିତ ନୁହେଁ, ବରଂ ଏହା ସମର୍ପଣ, ଦାୟିତ୍ୱବୋଧ ଓ ମାନବିକ ମୂଲ୍ୟବୋଧର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଏହାରି ଜୀବନ୍ତ ପ୍ରତିଛବି ଦେଖିବାକୁ ମିଳିଛି ଠିକପାଳି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶୁକ୍ଳିମୁଣ୍ଡି ଠାରେ ଆୟୋଜିତ କ୍ଲଷ୍ଟର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ।ସି.ଆର.ସି. ଦିଲିପ କୁମାର ଶବରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଗରିମାମୟ କାର୍ଯ୍ୟକ୍ରମରେ କୋମନା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅନିତା ପଣ୍ଡା ଏବଂ ମୁରିବାହାଲ ବିଦ୍ୟାଳୟର ସହ-ଶିକ୍ଷକ ଖଗେଶ୍ୱର ଶବର ଙ୍କୁ ସେମାନଙ୍କ ର ଦୀର୍ଘଦିନର ନିଷ୍ଠାପୂର୍ଣ୍ଣ ସେବା, କର୍ତ୍ତବ୍ୟନିଷ୍ଠା ଏବଂ ଶିକ୍ଷା କ୍ଷେତ୍ରରେ ଅମୂଲ୍ୟ ଅବଦାନ ପାଇଁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି ଅବସରରେ ଏ.ବି.ଇ.ଓ. ରାଧକାନ୍ତ ତାଣ୍ଡି, ଏ.ବି.ଇ.ଓ. ବଳମତ ମାଝୀ, ଶିକ୍ଷକ ମନୋହର ସୁନାନୀ ଶୁକ୍ଳିମୁଣ୍ଡି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡୋଳାମଣି ଶବର, ଗୋସ ମହମ୍ମଦ, ଉଦ୍ଧବ ଶବର ଓ ନଳିନୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଓ ଶିକ୍ଷକଙ୍କ କର୍ମନିଷ୍ଠା, ଛାତ୍ରବତ୍ସଳତା ଏବଂ ଶିକ୍ଷା ପ୍ରତି ସେମାନଙ୍କର ସମର୍ପିତ ଭାବନା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଶୋଭାକର ପ୍ରଧାନ ଅତ୍ୟନ୍ତ ସୁନ୍ଦର ଓ ସୁଚାରୁ ଭାବେ କରିଥିବା ବେଳେ ଶେଷରେ ଜୟଦେବ ପ୍ରଧାନ, ପ୍ରଧାନ ଶିକ୍ଷକ କ୍ଷେମ ଦାସ,ସମସ୍ତ ଅତିଥି, ଶିକ୍ଷକ ଓ ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଠିକପାଳି କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗ ଏବଂ ସମନ୍ୱିତ ପ୍ରୟାସରେ ସମଗ୍ର କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା। ବିଦାୟୀ ଅତିଥି ଦ୍ୱୟଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ କ୍ଲଷ୍ଟର ପାଇଁ ସଦା ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ଶିକ୍ଷକ ସମାଜ ମତବ୍ୟକ୍ତ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha