123
ନୂଆପଡ଼ା -୨୮/୬- ନୂଆପଡ଼ା ଜିଲ୍ଲାରେ ନିଶା କାରବାର ବିରୋଧରେ ପୋଲିସର ଜୋରଦାର ଅଭିଯାନ ଜାରି ରହିଛି। ଗତ ୨୭ ଜୁନ ୨୦୨୬ ଦିନ ପ୍ରାୟ ୧:୧୦ ମିନିଟ୍ ସମୟରେ ବିଶ୍ଵସ୍ତ ସୁତ୍ର ରୁ ମିଳିଥିବା ସୂଚନାକୁ ଅନୁସରଣ କରି ଜୋଙ୍କ୍ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଖରିଆର ରୋଡ୍ ସ୍ଥିତ ପଞ୍ଜାବୀପଡ଼ା ଛକ ନିକଟରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ସୂଚନା ମିଳିଥିଲା। ଏହି ସୂଚନା କୁ ଆଧାର କରି ପୋଲିସ ଟିମ୍ ତୁରନ୍ତ ଚଢ଼ାଉ କରି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ପାଖରୁ ପ୍ରାୟ ୨୧ କିଲୋ ୮୫୬ ଗ୍ରାମ ବେଆଇନ ଗଞ୍ଜେଇ ଉଦ୍ଧାର କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ରଙ୍ଗେହାତ ଗିରଫ କରାଯାଇଛି।ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭରୁଆପାଲି ଗ୍ରାମର ଠାକୁର ପ୍ରସାଦ ହରପାଲ (୩୬ ବର୍ଷ) ବୋଲି ଜଣା ପଡିଛି। ଉପରୋକ୍ତ ମାମଲାର ଘଟିଥିବା ସମ୍ପୂର୍ଣ୍ଣ ବିବରଣୀ।ଜୋଙ୍କ୍ ଥନା ପୋଲିସ ଷ୍ଟେସନ ରେ ମାମଲା ସଂଖ୍ୟା – ୨୩୧ , ୨୭ ଜୁନ ୨୦୨୬ , ସେକ୍ସନ U/s 20(b)(ii)(C) of the ଏନଡିପିଏସ ଆକ୍ଟ, ୧୯୮୫ ରୁଜୁ କରାଯାଇଛି। ଉପରୋକ୍ତ କେଶ ର ତଦନ୍ତକାରୀ ଅଧିକାରୀ ଏସ.ଆଇ. ଜେ.ଆର. ସେନାପତି (ଜୋଙ୍କ୍ ପୋଲିସ ଷ୍ଟେସନ) ଜବତ ହୋଇଥିବା ସାମଗ୍ରୀ ବେଆଇନ ଗଞ୍ଜେଇ ୨୧ କିଲୋ ୮୫୬ ଗ୍ରାମ ଓ ଗୋଟିଏମୋବାଇଲ୍ ଫୋନ୍, ନଗଦ ₹୧୫୦/- ଟଙ୍କା ଜବତ ହୋଇଛି। ଏହି ବେଆଇନ ନିଶା ଚୋରା ଚାଲାଣ ନେଟୱର୍କର ମୂଳ ଉତ୍ସ ଏବଂ ଏଥିରେ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନ ଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଅବ୍ୟାହତ ରହିଛି। ନିଶାମୁକ୍ତ ସମାଜ ଗଠନ ପାଇଁ ନୂଆପଡ଼ା ପୋଲିସ ସଦାସର୍ବଦା ସତର୍କ ଓ ପ୍ରତିବଦ୍ଧ ଅଟେ। ଉପରୋକ୍ତ ଖବର ନୂଆପଡା ଜିଲ୍ଲା ପୋଲିସ ଜାରି କରିଥିବ ପ୍ରେସ ନୋଟ୍ ରେ ପ୍ରାପ୍ତ ସୂଚନା କୁ ଆଧାର୍ କରି ଦିଆଯାଇଛି।