Home ରାଜ୍ୟଧାନ ଉଠାଣ ରେ ଚରମ ଅବ୍ୟବସ୍ଥା : ଉଗ୍ର ହେଲା ଚାଷୀ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ ,ବର୍ଷାରେ ଭିଜି ଗଜା ହେଉଛି ହଜାର ହଜାର ବସ୍ତା ଧାନ, ପ୍ରଶାସନ ବିରୋଧରେ ଚାଷୀଙ୍କ ଫୁଟିଲା କ୍ଷୋଭ।

ଧାନ ଉଠାଣ ରେ ଚରମ ଅବ୍ୟବସ୍ଥା : ଉଗ୍ର ହେଲା ଚାଷୀ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ ,ବର୍ଷାରେ ଭିଜି ଗଜା ହେଉଛି ହଜାର ହଜାର ବସ୍ତା ଧାନ, ପ୍ରଶାସନ ବିରୋଧରେ ଚାଷୀଙ୍କ ଫୁଟିଲା କ୍ଷୋଭ।

by Maraguda Express
0 comments
ନୂଆପଡ଼ା -୨୯/୬- ମଣ୍ଡିରୁ ସରକାରୀ ଧାନ ସଂଗ୍ରହରେ ଚରମ ଅବହେଳାକୁ ପ୍ରତିବାଦ କରି ଆଜି ନୂଆପଡ଼ା ଜିଲ୍ଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ସ୍ଥାନୀୟ ମଣ୍ଡିଗୁଡ଼ିକରୁ ଜରୁରୀକାଳୀନ ଭିତ୍ତିରେ ଧାନ ଉଠାଇବା ଦାବିରେ ଶତାଧିକ ଚାଷୀ ଆଜି ଖଡିଆଳ ବ୍ଲକ୍ ଛକଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ଚକା ଜାମ୍ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିବା ସହ ଘଣ୍ଟା ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ମଣ୍ଡିରେ ପଡ଼ି ରହିଛି ଲକ୍ଷ ଲକ୍ଷ ସଂଖ୍ୟାରେ ଧାନ ବସ୍ତା।ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର ଚାଷୀଙ୍କର ଲକ୍ଷ ଲକ୍ଷ ବସ୍ତା ଧାନ ବିକ୍ରି ନହୋଇ ଖୋଲା ଆକାଶ ତଳେ ପଡ଼ିରହିଛି। ମିଳିଥିବା ସୂଚନା ଅନୁଯାୟୀ, ଖଡ଼ିଆଳ ବିଜେପୁର ମଣ୍ଡି ରେ ୫୮୮ ଜଣ ଚାଷୀଙ୍କର ୬୫,୦୦୨ ବସ୍ତା ଧାନ ବିକ୍ରି ନହୋଇ ପଡ଼ିଛି।ଅରେଡ଼ା ମଣ୍ଡି ରେ ୨୮୬ ଜଣ ଚାଷୀ ନିଜର ୨୯,୧୪୬ ବସ୍ତା ଧାନ ଉଠାଯିବା ଅପେକ୍ଷାରେ ଅଛନ୍ତି। ଡୁଆଝର ମଣ୍ଡି ରେ ୧୫୨ ଜଣ ଚାଷୀଙ୍କର ୧୭,୨୦୬ ବସ୍ତା ଧାନ ପଡ଼ିରହିଛି।
ଭୋଜପୁର ମଣ୍ଡି ରେ ୨୦୫ ଜଣ ଚାଷୀଙ୍କର ୨୨,୦୦୦ ବସ୍ତା ଧାନ ଅଟକି ରହିଛି।
ଲାଞ୍ଜି ମଣ୍ଡି ରେ ୧୯୯ ଜଣ ଚାଷୀଙ୍କର ୨୩,୩୧୫ ବସ୍ତା ଧାନ ପଡ଼ିଛି। ସାନମହେଶ୍ୱର ମଣ୍ଡି ରେ ୨୪୦ ଜଣ ଚାଷୀଙ୍କର ପ୍ରାୟ ୩୦,୦୫୦ ବସ୍ତା ଧାନ ଉଠୁନାହିଁ।
ଏହା ବ୍ୟତୀତ ବରଗାଁ ଏବଂ ଖୁଦାପେଜ ମଣ୍ଡିରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିଥିବାରୁ ଚାଷୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଡ଼ିଆଳ ସ୍ଥିତ ବିଜେପୁର ରବି ଧାନ ମଣ୍ଡିରେ ଚାଷୀଙ୍କ ଅବସ୍ଥା ଗୁରୁତର ରହିଛି। ଦେଖିବାକୁ ମିଳିଛି ପ୍ରବଳ ବର୍ଷା ଯୋଗୁଁ ଚାଷୀଙ୍କର କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ପାଣିରେ ଭିଜି ଗଜା ହୋଇଥିବା ଦେଖାଦେଇଛି । ବର୍ଷା ପାଣି ଧାନ ମଣ୍ଡିରେ ନିଷ୍କାସନ ହୋଇପାରୁ ନଥିବାରୁ ପାଖାପାଖି ୯ ହଜାର ରୁ ଊର୍ଦ୍ଧ୍ବ ଧାନ ବସ୍ତା ଭିଜି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । କଠିନ ପରିଶ୍ରମ କରି ଫସଲ ଅମଳ କରି ମଣ୍ଡିରେ ଧାନ ବିକ୍ରି କରି କିଛି ଅର୍ଥ ଉପାର୍ଜନ କରି ପରିବାର ପ୍ରତି ପୋଷଣ କରିବା ଚାଷୀ ଆଶା ବାନ୍ଧିଥିଲା । ହେଲେ ଆଶା ପାଣି ଫାଟିଯାଇଛି ।
ଆନ୍ଦୋଳନକାରୀ ଚାଷୀମାନେ ବ୍ଲକଛକ ଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଏବଂ ଅରେଡ଼ା ଠାରେ ୫୯ ନମ୍ବର ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରି ଯାନବାହନ ଚଳାଚଳ ବନ୍ଦ କରିଦେଇଛନ୍ତି। ଚଳିତ ରବି ଋତୁର ଏହି (ବ୍ୟାକଲଗ) ବାକି ରହିଥିବା ଧାନକୁ ତୁରନ୍ତ ସଂଗ୍ରହ କରିବା ପାଇଁ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି।
ଘଟଣାସ୍ଥଳରେ ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା ଏବଂ ଏସଡିପିଓ ପ୍ରମୁଖ ପ୍ରଶାସନିକ ଅଧିକାରୀ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ପ୍ରଶାସନର କୌଣସି ପ୍ରତିଶ୍ରୁତି ଚାଷୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ ଏବଂ ଆଲୋଚନା ବିଫଳ ହୋଇଛି। କହିଲେ ଅତ୍ୟୁକ୍ତି ହେବନାହିଁ।ପ୍ରଶାସନର ଚରମ ଅବହେଳାକୁ ଦାୟୀ କରି ଚାଷୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ଧାନ ଉଠା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ଓ ଉଗ୍ର ରୂପ ଧାରଣ କରିବ। ଚାଷୀଙ୍କ ଆନ୍ଦୋଳନ ସ୍ଥଳ କୁ ଏସିଏସଓ ଆସି ବୁଝା ସୁଝା କରି ଆନ୍ଦୋଳନ ରୁ ବିରତ ହେବାକୁ ବୁଝାଇଥିଲେ ହେଁ ଆଲୋଚନା ବିଫଳ ହୋଇଛି। ଖବର ଲେଖା ହେବା ଯାଏଁ ଆନ୍ଦୋଳନ ଆବ୍ୟାତ୍ ରହିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha