73
ନୂଆପଡ଼ା -୧୪/୦୮- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ଅବୈଧ ମଦ କାରବାର ନିୟନ୍ତ୍ରଣ, ଆଇନ ପ୍ରବର୍ତ୍ତନ ଓ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଜିଲ୍ଲାପାଳ ମଦ ଦୋକାନଗୁଡ଼ିକରେ ନିର୍ଦ୍ଧାରିତ ସର୍ବାଧିକ ଖୁଚୁରା ବିକ୍ରୟ ମୂଲ୍ୟ (MRP) ଠାରୁ ଅଧିକ ଦରରେ ମଦ ବିକ୍ରୟ ହେଉଛି କି ନାହିଁ, ତାହା ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଅଚାନକ ଚଢ଼ାଉ ଓ ଯାଞ୍ଚକୁ ଅଧିକ ଗୁରୁତ୍ୱ ଦେବା ସହ ନିୟମ ଉଲ୍ଲଂଘନ ହେଲେ ଦୃଢ଼ ପଦକ୍ଷେପ ନେବାକୁ ସେ କହିଥିଲେ।
Table of Contents

ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ବିଭାଗ ପକ୍ଷରୁ ଚାଲିଥିବା ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ରାଜସ୍ୱ ଆଦାୟ ଓ ବିଭାଗୀୟ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।