Home ରାଜ୍ୟନୂଆପଡ଼ାରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ।

ନୂଆପଡ଼ାରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ।

"ସ୍ୱଚ୍ଛତା କ୍ଷେତ୍ରରେ ଅବଦାନ ପାଇଁ ୬୫ ଅଧିକାରୀ ସମ୍ମାନିତ-ବିଶ୍ୱସ୍ତରରେ ନୂଆପଡ଼ାକୁ ପ୍ଲାଷ୍ଟିକ୍‌ମୁକ୍ତ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ।"

by Maraguda Express
0 comments
ନୂଆପଡ଼ା – ୫/୯- ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ଶୀର୍ଷକ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାରମ୍ପରିକ ଖାଦ୍ୟ ଓ ସଂସ୍କୃତିର ପ୍ରଚାର-ପ୍ରସାର ସହ ପରିବେଶ ସୁରକ୍ଷା ଏବଂ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବା ଉପରେ ଏହି ମହୋତ୍ସବରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ବବିତା ସିଂ, ରେଞ୍ଜ ଅଧିକାରୀ ଜୟଦେବ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନୂଆପଡ଼ାର ପାରମ୍ପରିକ ଖାଦ୍ୟ ଓ ସ୍ଥାନୀୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ ହୋଇଥିଲା। ପ୍ଲାଷ୍ଟିକ୍‌ ବ୍ୟବହାର ବିନା ପାରମ୍ପରିକ ପଦ୍ଧତିରେ ଖାଦ୍ୟ ପରିବେଷଣ ସହ ସ୍ଥାନୀୟ ଖାଦ୍ୟ ପରମ୍ପରା ଓ ସଂସ୍କୃତିକୁ ଉତ୍ସାହିତ କରାଯାଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆପଡ଼ାକୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଚାଲିଥିବା ବ୍ୟାପକ ଅଭିଯାନ ଓ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ, ସ୍ୱଚ୍ଛତା ବଜାୟ ରଖିବା ଏବଂ ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ୱଚ୍ଛତା ଦଳଗୁଡ଼ିକର ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ନିରନ୍ତର ଓ ଏକାଗ୍ର ପ୍ରୟାସ ଯୋଗୁଁ ନୂଆପଡ଼ା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତା ପାଇଁ ସ୍ୱଚ୍ଛତା ଦଳ ଓ ନୂଆପଡ଼ାବାସୀଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ। ନୂଆପଡ଼ାକୁ ବିଶ୍ୱସ୍ତରରେ ଏକ ଆଦର୍ଶ ଓ ପ୍ଲାଷ୍ଟିକ୍‌ମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ସହ ଆଗାମୀ ଦିନରେ ବିଶ୍ୱସ୍ତରରେ ଏକ ନମ୍ବର ଜିଲ୍ଲା ଭାବେ ପରିଚିତ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ କହିଥିଲେ ଯେ, ଜିଲ୍ଲାପାଳଙ୍କ ନେତୃତ୍ୱରେ ନୂଆପଡ଼ାରେ ଆସିଥିବା ପରିବର୍ତ୍ତନକୁ ଲୋକେ ଏବେ ସ୍ପଷ୍ଟ ଭାବେ ଅନୁଭବ କରୁଛନ୍ତି। ପ୍ଲାଷ୍ଟିକ୍‌ମୁକ୍ତ ଜିଲ୍ଲା ଗଠନ ଅଭିଯାନକୁ ସଫଳ କରିବାରେ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ। ପୁଲିସ ଥାନା ସମେତ ବିଭିନ୍ନ ସରକାରୀ ସ୍ଥାନକୁ ମଧ୍ୟ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ମୁକ୍ତ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।ଏହି ଅବସରରେ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬୫ ଜଣ ଅଧିକାରୀଙ୍କ ସହ ୩୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସମ୍ମାନିତ କରାଯାଇଥିଲା।ଏଥିସହ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ପ୍ରତିଯୋଗିତାରେ ନାଓମି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ, ସମୃଦ୍ଧି ପ୍ରଡ୍ୟୁସର ଗ୍ରୁପ୍ ଦ୍ୱିତୀୟ ଏବଂ ଓମ୍‌ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ହାସଲ କରିଥିଲେ।କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ସମସ୍ତେ ସ୍ୱଚ୍ଛତା ଶପଥ ଗ୍ରହଣ କରିଥିଲେ। ଡିଆର୍‌ସି ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha