Home ରାଜ୍ୟଜନଶୁଣାଣିରେ ଅଭିଯୋଗ ସମାଧାନରେ ନୂଆପଡ଼ାର ଉଲ୍ଲେଖନୀୟ ଅଗ୍ରଗତି : ୯୦.୮୬% ଅଭିଯୋଗର ସମାଧାନ, ୨ ବର୍ଷରେ CMRF ଓ ରେଡ୍‌କ୍ରସ୍‌ରୁ ୧.୭୫ କୋଟିରୁ ଅଧିକ ସହାୟତା

ଜନଶୁଣାଣିରେ ଅଭିଯୋଗ ସମାଧାନରେ ନୂଆପଡ଼ାର ଉଲ୍ଲେଖନୀୟ ଅଗ୍ରଗତି : ୯୦.୮୬% ଅଭିଯୋଗର ସମାଧାନ, ୨ ବର୍ଷରେ CMRF ଓ ରେଡ୍‌କ୍ରସ୍‌ରୁ ୧.୭୫ କୋଟିରୁ ଅଧିକ ସହାୟତା

by Maraguda Express
0 comments

Table of Contents

ନୂଆପଡ଼ା ୦୨/୧୦- ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପ୍ରତି ସୋମବାର ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି।
(👆ଫାଇଲ ଫଟୋ )                                                  ୧୨ ଅଗଷ୍ଟ ୨୦୨୪ରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୮,୧୦୮ଟି ଅଭିଯୋଗ ଗ୍ରହଣ ହୋଇଥିବାବେଳେ ୭,୩୬୭ଟି ଅଭିଯୋଗର ସମାଧାନ ହୋଇଛି। ଅର୍ଥାତ୍‌ ମୋଟ ଅଭିଯୋଗର ୯୦.୮୬% ସମାଧାନ ହୋଇଥିବାବେଳେ ୭୪୧ଟି ଅଭିଯୋଗ ବିଭିନ୍ନ ସ୍ତରରେ ବିଚାରାଧୀନ ରହିଛି।
(👆ଫାଇଲ ଫଟୋ )                                            ଜିଲ୍ଲାପାଳ ପ୍ରତି ସୋମବାର ବିଚାରାଧୀନ ଅଭିଯୋଗର ବିଭାଗୱାରୀ ସମୀକ୍ଷା କରି ଶୀଘ୍ର ନିଷ୍ପତ୍ତି ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏଥିସହ କ୍ଷେତ୍ରସ୍ତରୀୟ ଯାଞ୍ଚ, ରିପୋର୍ଟ ସଂଗ୍ରହ ଓ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଜଟିଳ ଅଭିଯୋଗଗୁଡ଼ିକର ସମାଧାନ କରାଯାଉଛି।
ଅନ୍ୟପକ୍ଷରେ, ଯୋଗ୍ୟ ହିତାଧିକାରୀଙ୍କୁ ତତ୍କାଳ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ଗତ ଦୁଇ ବର୍ଷରେ CMRFରୁ ୧୫୮ ଜଣଙ୍କୁ ୧ କୋଟି ୪୮ ଲକ୍ଷ ୧୦ ହଜାର ଟଙ୍କା ଏବଂ ରେଡ୍‌କ୍ରସ୍ ପାଣ୍ଠିରୁ ୩୨୪ ଜଣଙ୍କୁ ୨୬ ଲକ୍ଷ ୫୬ ହଜାର ୬୯୬ ଟଙ୍କା ସହାୟତା ଦିଆଯାଇଛି। ଏହି ସହାୟତା ମୁଖ୍ୟତଃ ଚିକିତ୍ସା ଓ ଜୀବିକା ସହାୟତା ପାଇଁ ପ୍ରଦାନ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha