25
ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ବିଦ୍ୟାଳୟ ଓ କଲେଜ କୋଠା, ଶ୍ରେଣୀଗୃହ, ପରୀକ୍ଷାଗାର, ପାଠାଗାର, ଛାତ୍ରାବାସ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସୁରକ୍ଷା ନିଶ୍ଚିତ କରିବାକୁ କୁହାଯାଇଛି। ଝଡ଼ ପବନରେ ଉଡ଼ିଯିବାର ଆଶଙ୍କା ଥିବା ଢିଲା ସାମଗ୍ରୀ, ଆସବାବପତ୍ର ଓ ଯନ୍ତ୍ରପାତିକୁ ସୁରକ୍ଷିତ ଭାବେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ସୁନିଶ୍ଚିତ କରିବା ସହ ଆବଶ୍ୟକସ୍ଥଳେ ସମ୍ପୃକ୍ତ ଅଧିକାରୀଙ୍କ ସହ ସମନ୍ୱୟ ରଖିବାକୁ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ କୁହାଯାଇଛି। ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ତଦାରଖ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ଏହି ନିର୍ଦ୍ଦେଶର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବାକୁ ଦାୟିତ୍ୱ ଦିଆଯାଇଛି। ବାତ୍ୟାଜନିତ କୌଣସି ଜରୁରୀ ପରିସ୍ଥିତି କିମ୍ବା ଶିକ୍ଷାନୁଷ୍ଠାନର କ୍ଷୟକ୍ଷତି ଘଟିଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ନୂଆପଡ଼ା- ୨୦/୧୧- ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘AKVAN’କୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ ପବନ ହେବାର ସତର୍କ ସୂଚନା ଜାରି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ନୂଆପଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଏନେଇ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୯ ନଭେମ୍ବର ୨୦୨୬ ତାରିଖରେ ଏକ ସରକାରୀ ନିର୍ଦ୍ଦେଶନାମା (ଚିଠି ନଂ-୭୮୨୨/(EDN)) ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଆଜି ୨୦ ଓ ୨୧ ନଭେମ୍ବର ୨୦୨୬ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ଏହି ନିର୍ଦ୍ଦେଶ ପରିସରଭୁକ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ, ପଲିଟେକ୍ନିକ୍ କଲେଜ, ଆଇଟିଆଇ ସମେତ ଜବାହର ନବୋଦୟ ବିଦ୍ୟାଳୟ (JNV), କେନ୍ଦ୍ରୀୟ ବିଦ୍ୟାଳୟ (KV), ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ରହିଛି।ନିର୍ଦ୍ଦେଶନାମା ଅନୁଯାୟୀ, ଉକ୍ତ ଦୁଇଦିନ ମଧ୍ୟରେ କୌଣସି ନିୟମିତ ପାଠପଢ଼ା, ପରୀକ୍ଷା କିମ୍ବା ଛାତ୍ରଛାତ୍ରୀଙ୍କ ସମ୍ପର୍କିତ ଅନ୍ୟ କୌଣସି ଶିକ୍ଷାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଏହି ସମୟରେ ଛାତ୍ରଛାତ୍ରୀମାନେ ଘରେ ସୁରକ୍ଷିତ ରହିବା ସହ ଅତ୍ୟାବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।