101
ନୂଆପଡ଼ା-୦୯/୦୯- କ୍ରୀଡ଼ା ହିଁ ଯୁବପିଢ଼ିଙ୍କୁ ଶୃଙ୍ଖଳିତ ତଥା ଉତ୍ସାହୀ କରିଥାଏ। ଏହି ଆଭିମୁଖ୍ୟ ସହିତ ସ୍ଥାନୀୟ ବାବା ପାତାଲେଶ୍ୱର ଜୋନ୍ ସ୍ତରୀୟ କ୍ରୀଡ଼ା ଉତ୍ସବ ଓ ପ୍ରତିଯୋଗିତା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ପ୍ରାୟ ୪୦୦ରୁ ଅଧିକ ଛାତ୍ରଛାତ୍ରୀ କବାଡି , ଖୋଖୋ, ଭଲିବଲ, ଫୁଟବଲ, ହକି, ଚେସ ଓ ବ୍ୟାଡମିଣ୍ଟନ ଖେଳରେ ଅଂଶଗ୍ରହଣ କରି ନିଜର ଉତ୍କୃଷ୍ଟ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ।


