Home ରାଜ୍ୟ‘ବିଦ୍ୟୁତ ସୁରକ୍ଷା – ଜୀବନ ରକ୍ଷା’ କାର୍ଯ୍ୟକ୍ରମରେ ସଚେତନ ହେଲେ ଶତାଧିକ ଛାତ୍ରଛାତ୍ରୀ : ହାଇସ୍କୁଲରେ ରାଲି, ତାଲିମ ଓ ପୁରସ୍କାର ବିତରଣ।

‘ବିଦ୍ୟୁତ ସୁରକ୍ଷା – ଜୀବନ ରକ୍ଷା’ କାର୍ଯ୍ୟକ୍ରମରେ ସଚେତନ ହେଲେ ଶତାଧିକ ଛାତ୍ରଛାତ୍ରୀ : ହାଇସ୍କୁଲରେ ରାଲି, ତାଲିମ ଓ ପୁରସ୍କାର ବିତରଣ।

by Maraguda Express
0 comments
ନୂଆପଡା- ୪/୭- ବିଦ୍ୟୁତ ଦୁର୍ଘଟଣା ରୋକିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ହାଇସ୍କୁଲରେ ‘ବିଦ୍ୟୁତ ସୁରକ୍ଷା – ଜୀବନ ରକ୍ଷା’ କାର୍ଯ୍ୟକ୍ରମ ଉତ୍ସାହ ଓ ଆଡ଼ମ୍ବର ର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ପଞ୍ଚାନନ ମଟାରୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସିଆଲଲଟି ଏମ୍.ଇ. ସ୍କୁଲର ପ୍ରଧାନଶିକ୍ଷକ ଭଗବାନ ସିଂ ମାଝୀ ମୁଖ୍ୟ ଅତିଥି, ସିଆଲଲଟି କ୍ଲଷ୍ଟ ର ସିଆରସିସି ଗେନ୍ଦରାମ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହାସହ କୁଲ ଚରଣ ରଣା, ନିରଞ୍ଜନ ବିଶ୍ୱାଳ, ଜୟନ୍ତ କୁମାର ସାହୁ, ଦେଓ ନାଥ ପ୍ରଧାନ ଓ ଘନଶ୍ୟାମ ଭୋଇ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ବିଦ୍ୟୁତ ସୁରକ୍ଷା, ଦୁର୍ଘଟଣାରୁ ରକ୍ଷା ପାଇବାର ଉପାୟ ଏବଂ ସୁରକ୍ଷିତ ଜୀବନଶୈଳୀ ସମ୍ପର୍କରେ ବିସ୍ତୃତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଶତାଧିକ ଛାତ୍ରଛାତ୍ରୀ ସିଆଲଲଟି ଗ୍ରାମ ପରିକ୍ରମା କରି ବିଦ୍ୟୁତ ସୁରକ୍ଷା ସଚେତନତା ରାଲି କରିଥିଲେ। ରାଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ବିଦ୍ୟୁତ ବ୍ୟବହାର ସମୟରେ ସତର୍କ ରହିବା ଓ ସୁରକ୍ଷା ନିୟମ ପାଳନ କରିବାକୁ ଆହ୍ୱାନ ଜଣାଯାଇଥିଲା।
ପରେ ବିଦ୍ୟୁତ ସୁରକ୍ଷା ବିଷୟକ ବିଭିନ୍ନ ପ୍ରତିଯୋଗିତା, ସଚେତନତା ତାଲିମ ଏବଂ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମକୁ ଦେବାନନ୍ଦ ରଥ ସଫଳତାର ସହ ପରିଚାଳନା କରିଥିଲେ। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଦ୍ୟୁତ ସୁରକ୍ଷା ସମ୍ପର୍କରେ ବ୍ୟବହାରିକ ତାଲିମ ଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକରେ ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ କୋମନା ବ୍ଲକର ସିଆଲଲଟି ହାଇସ୍କୁଲରେ ଏହା ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରତିବର୍ଷ ବିଦ୍ୟାଳୟରେ ‘ବିଦ୍ୟୁତ ସୁରକ୍ଷା – ଜୀବନ ରକ୍ଷା’ କାର୍ଯ୍ୟକ୍ରମ ଆୟୋଜନ କରି ସମାଜରେ ସଚେତନତା ବ୍ୟାପକ କରିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ ସର୍ବୋଚ୍ଚ ଯନ୍ତ୍ରୀ, ବିଦ୍ୟୁତ ବିଭାଗ ଏବଂ ପ୍ରମୁଖ ବିଦ୍ୟୁତ ନିରୀକ୍ଷକ, ଶକ୍ତି ବିଭାଗ ଙ୍କ ସହଯୋଗରେ ଆୟୋଜିତ ହୋଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha