Home ରାଜ୍ୟନିଶାମୁକ୍ତ ନୂଆପଡ଼ା ଗଠନ ପାଇଁ ସାମୂହିକ ସଂକଳ୍ପ : ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ବିରୋଧୀ ଦିବସ ପାଳିତ।

ନିଶାମୁକ୍ତ ନୂଆପଡ଼ା ଗଠନ ପାଇଁ ସାମୂହିକ ସଂକଳ୍ପ : ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ବିରୋଧୀ ଦିବସ ପାଳିତ।

by Maraguda Express
0 comments
ନୂଆପଡ଼ା- ୨୭/୦୬ – ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ–୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ନୂଆପଡ଼ା ପକ୍ଷରୁ ସଦଭାବନା ସଭାଗୃହ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ସମାଜ ଗଠନ ଏବଂ ଅବୈଧ ନିଶା କାରବାରକୁ ରୋକିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ନିଶାର କୁପ୍ରଭାବ, ଯୁବପିଢ଼ି ଉପରେ ଏହାର ପ୍ରଭାବ, ଅବୈଧ ନିଶା କାରବାର ରୋକିବା ଏବଂ ସଚେତନ ସମାଜ ଗଠନ ନେଇ ବିସ୍ତୃତ ମତବିନିମୟ ହୋଇଥିଲା।ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, “ଆଚରଣ ପରିବର୍ତ୍ତନ ହିଁ ସର୍ବଶ୍ରେଷ୍ଠ ପରିବର୍ତ୍ତନ।” ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନେ ପରିବର୍ତ୍ତନର ରାଜଦୂତ ଭାବେ କାର୍ଯ୍ୟ କରି ଏକ ନିଶାମୁକ୍ତ ନୂଆପଡ଼ା ଗଠନରେ ଅଗ୍ରଣୀ ଭୂମିକା ନେବାକୁ ସେ ଆହ୍ୱାନ ଜଣାଇଥିଲେ।ସେ ଆହୁରି କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ଚିତ୍ରକରର ଆଖି, କବିର ହୃଦୟ ଏବଂ ବୈଜ୍ଞାନିକର ମନ’ ଭଳି ଚିନ୍ତାଧାରା ବିକଶିତ ହେବା ଆବଶ୍ୟକ, ଯାହା ସେମାନଙ୍କୁ ସକାରାତ୍ମକ ଜୀବନ ଦୃଷ୍ଟିଭଙ୍ଗୀ ଗଠନରେ ସହାୟକ ହେବ।କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଅନୀତା ପଟେଲ, ଏଡିଏମଓ ଡା. ଉମାକାନ୍ତ ମେହେର ଏବଂ ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ) ପୁଷ୍ପରଞ୍ଜନ ସାହୁ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ନିଶା ନିବାରଣ, ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ପ୍ରଭାବ ସମ୍ପର୍କରେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।ଏହି ଅବସରରେ ଉପସ୍ଥିତ ସମସ୍ତେ ନିଶା ବିରୋଧରେ ସାମୂହିକ ଶପଥ ଗ୍ରହଣ କରି ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ। ନିଶା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନକୁ ସମ୍ମାନିତ କରାଯିବା ସହ ବିଭିନ୍ନ ସଚେତନତା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡା. ଦ୍ୱାରିକାନାଥ ସତପଥୀ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଏପିଡି କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha