Home ରାଜ୍ୟନିଶାମୁକ୍ତ ସମାଜ ଗଠନ ପାଇଁ ଖରିଆର ରୋଡ଼ ରେ ସଚେତନତା ରାଲି ଓ ଆଇନ ଶିବିର ଅନୁଷ୍ଠିତ।

ନିଶାମୁକ୍ତ ସମାଜ ଗଠନ ପାଇଁ ଖରିଆର ରୋଡ଼ ରେ ସଚେତନତା ରାଲି ଓ ଆଇନ ଶିବିର ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା -୨୭/୬ – ନିଶାମୁକ୍ତ ସମାଜ ଗଠନ ଏବଂ ଅବୈଧ ନିଶା କାରବାର ବିରୋଧରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଖରିଆର ରୋଡ଼ ସ୍ଥିତ ନେହେରୁ ନଗରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଳାଣ ବିରୋଧ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଏବଂ ଆଇନ ସଚେତନତା ଶିବିର ଆୟୋଜନ କରାଯାଇଥିଲା।ଆମସେନା ଛକରୁ ଆରମ୍ଭ ହୋଇଥିବା ସଚେତନତା ଶୋଭାଯାତ୍ରା ନେହେରୁ ନଗର ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏଥିରେ ଖରିଆର ରୋଡ଼ ଅଞ୍ଚଳର ବିଭିନ୍ନ ମହିଳା ମଣ୍ଡଳର ସଦସ୍ୟା, ଗୁରୁକୁଳ ଆଶ୍ରମର ଛାତ୍ରଛାତ୍ରୀ, ଅଧିକାରମିତ୍ର ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ନିଶା ନିବାରଣ ସପକ୍ଷରେ ଜନସାଧାରଣଙ୍କୁ ସଚେତନ କରିଥିଲେ।ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆର ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡଃ ସୋନିଆ ଜୈନ, କାର୍ଯ୍ୟକାରୀ ଡ୍ରଗ୍ ଇନ୍ସପେକ୍ଟର ପ୍ରସନ୍ନଜିତ୍ ମହାନ୍ତି, ବରଗଡ଼ ରେଞ୍ଜର ଦୀପକ କୁମାର ସିଂହ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନାୟକ, ଗୁରୁକୁଳ ଆଶ୍ରମର ପ୍ରାଚାର୍ଯ୍ୟ କୁଞ୍ଜଦେବ ଆଚାର୍ଯ୍ୟ, ବ୍ରହ୍ମାକୁମାରୀ ସୁମତୀ ଦିଦି, ପୂର୍ବତନ ସରକାରୀ ଓକିଲ ତ୍ରୀଲୋକଚନ୍ଦ ସୋନୀ, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୁଖ୍ୟ ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ମୁସଲିମ ଜମାତର ଅଧ୍ୟକ୍ଷ ମହମ୍ମଦ ୟାକୁବ୍ ଏବଂ ବିଭିନ୍ନ ମହିଳା ମଣ୍ଡଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ସଚିବ ନବନୀତା ଦାଶ ନିଜ ବକ୍ତବ୍ୟରେ ନିଶା ସେବନର କୁପ୍ରଭାବ, ପରିବାର ଓ ସମାଜ ଉପରେ ଏହାର ନକାରାତ୍ମକ ପ୍ରଭାବ, ଅବୈଧ ଚାଳାଣ, ନିଶାମୁକ୍ତିର ଉପାୟ, ନାଲ୍ସାର ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର ୧୫୧୦୦ ଏବଂ ମାଗଣା ଆଇନ ସେବା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟମାନେ ‘ନିଶାମୁକ୍ତ ଭାରତ’ ଶୀର୍ଷକ ଏକ କ୍ଷୁଦ୍ର ନାଟକ ପରିବେଷଣ କରି ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମଟି ସମାଜରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଯୁବପିଢ଼ୀଙ୍କୁ ସଠିକ୍ ଦିଗଦର୍ଶନ ପ୍ରଦାନ କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha