Home ରାଜ୍ୟସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଶୃଙ୍ଖଳିତ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ସୁବିଧା ଉପରେ ବିଶେଷ ଗୁରୁତ୍ୱ।

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଶୃଙ୍ଖଳିତ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ସୁବିଧା ଉପରେ ବିଶେଷ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା-୨୬/୦୬ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମାସ୍ଥିତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା।
ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ଅଣସର ନୀତି, ନେତ୍ରୋତ୍ସବ, ରଥଯାତ୍ରା, ହେରା ପଞ୍ଚମୀ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ଆଦି ସମସ୍ତ ପର୍ବପର୍ବାଣୀକୁ କିଭଳି ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରାଯିବ, ସେ ନେଇ ବୈଠକରେ ବିଷଦ ଆଲୋଚନା କରାଯାଇଥିଲା। ବିଶେଷ କରି ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ମନ୍ଦିର ପ୍ରାଙ୍ଗଣରେ ଅସମ୍ଭାଳ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାର ନିୟନ୍ତ୍ରଣ, ଜନସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପାନୀୟ ଜଳ ଯୋଗାଣ ଏବଂ ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଉପରେ କମିଟି ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।
ଉତ୍ସବର ସଫଳ ପରିଚାଳନା ପାଇଁ ସେବାୟତମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମନ୍ଦିର କମିଟି ସମ୍ପାଦକ ତୁଳସୀରାମ ମେହେର ସମସ୍ତ ଅତିଥି ଓ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଓ ରୂପରେଖ ଉପସ୍ଥାପନ କରିଥିଲେ।
ଏହି ବୈଠକରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଡମ୍ୱରୁଧର ମେହେର, ନୀଳମଣି ମେହେର, ଲୋକନାଥ ମେହେର, ହୃଦାନନ୍ଦ ମାଝୀ, ପୂର୍ଣ୍ଣଚନ୍ଦ୍ର ମେହେର, ନାରାୟଣ ପାତ୍ର, କ୍ଷୀରସିନ୍ଧୁ ମେହେର, ଅରିଗଞ୍ଜନ ଯୋଷୀ, ହରେଶ ଜୈନ, ନବୀନଚନ୍ଦ୍ର ମେହେର, ନରହରି ମେହେର, ଲମ୍ବୋଦର ମେହେର, ମନୋଜ ଜୈନ, ତ୍ରିନାଥ ମେହେର, ଶାନ୍ତନୁ ଯୋଷୀ, ବୈଷ୍ଣବ ମେହେର, ତପିରାମ ମେହେର, ଖୁସିରାମ ମେହେର, ନନ୍ଦକୁମାର ପାତ୍ର, ଅଜିତ ଯୋଷୀ, ବିଦ୍ୟାଧର ମେହେର, ମନୀଷ ପଟେଲ, ଆଲୋକ ମେହେର, ଚିନ୍ତାମଣି ସାହୁ, ପ୍ରଦୀପ ମେହେର, ଦିନେଶ ମେହେର, ଶଙ୍କର ମେହେର, ନିଲାଞ୍ଚଳ ମେହେର, ଈଶ୍ବର ପ୍ରସାଦ ମେହେର, ଗଣପତି ମେହେର, ହାଡ଼ୁରାମ ମେହେର, ମୋହନ ଦାସ, ସଞ୍ଜୟ ବେହେରା, ଆତ୍ମାରାମ ସୁନାନୀ, କ୍ଷୀରସିନ୍ଧୁ ମେହେର, ମୁରଲୀ ମେହେର, ଜିତେନ ମେହେର, ଧ୍ରୁବଚରଣ ମେହେର, ତୋଳାରାମ ମେହେର, ଜ୍ୟୋତିପ୍ରକାଶ ମେହେର, ଦୈତାରୀ ବାରିକ, ତପେଶ୍ୱର ମେହେର, ମକରଧ୍ୱଜ ସା, ରାମକୃଷ୍ଣ ମେହେର, ହୃଦାନନ୍ଦ ମେହେର, ଜଗମୋହନ ମେହେର, ଲମ୍ବୋଦର ମାଝୀ, କଳାକାହ୍ନୁ ସାହୁ, ସାନୁର୍ଯ୍ୟ ମେହେର, ବେଣୁଧର ମେହେର, ଖଗେଶ୍ୱର ମେହେର, ଗୋବର୍ଦ୍ଧନ ମେହେର, ପ୍ରଭାତ ମେହେର, ପ୍ରଦ୍ୟୁମ୍ନ ଚିନ୍ଦା, ଭୀଷ୍ମରାଜ ମେହେର, ଓ ଶ୍ରୀକାନ୍ତ ମେହେରଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ। ପରିଶେଷରେ ରୂପେଶ ଚନ୍ଦ୍ର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha