
ନୂଆପଡା -୧୩/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପନିର୍ବାଚନ କୁ ଅବାଧ ନିରପେକ୍ଷ ଓ ତୃଟିଶୁନ୍ୟ କରିବା ପାଇଁ ସୀମାବର୍ତ୍ତି ଛତିଶଗଡ ରାଜ୍ୟର ମହାସମୁନ୍ଦ ଓ ଗରିଆବନ୍ଧ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡ଼ିଲା ନୂଆପଡା ଜିଲ୍ଲା ପ୍ରଶାସନ । ଏଥିପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉଦ୍ୟମ କ୍ରମେ ମହାସମୁନ୍ଦ ଓ ଗରିଆବନ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମାନଙ୍କ ଏକ ଆଭାସି ବୈଠକ ସ୍ଥାନୀୟ ଓସ୍ୱାନ୍ ହଲ୍ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର, ଉପ ଜିଲ୍ଲାପାଳ ସୂର୍ମି ସୋରେନ୍, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଆଗାମୀ ଉପନିର୍ବାଚନକୁ ଶୃଙ୍ଖଳା ସହିତ ସମାପନ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।ଏହି ସମୟରେ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବିଷୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ କରାଯିବ l ଆନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ରହୁଥିବା ପେଷାଦାର ଅପରାଧୀଙ୍କ ଗତିବିଧି ବିଷୟରେ ସୂଚନା ବଣ୍ଟନ ହେବ l ମଦ ଦୋକାନ ଏବଂ ବେଆଇନ ମଦ ପରିବହନ ହେଉଥିବା ରାସ୍ତା ବିଷୟରେ ସୂଚନା ଆଦାନପ୍ରଦାନ କରାଯିବ l ଆନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ରାଜନୈତିକ ଭାବରେ ସକ୍ରିୟ ବ୍ୟକ୍ତିମାନଙ୍କ ଆତଯାତ ବିଷୟରେ ସୂଚନା ପ୍ରଦାନ ଏବଂ ସୀମା ଯାଞ୍ଚ ପୋଷ୍ଟ /ନାକା ସ୍ଥାପନ ହେବ l ସୀମାବର୍ତ୍ତୀ ଥାନାଗୁଡ଼ିକର ପୋଲିସ ଅଧିକାରୀଙ୍କ ଯୋଗାଯୋଗ ସୂଚନା ପରସ୍ପରଙ୍କୁ ଦିଆଯିବ। ମଦ, ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ସନ୍ଦେହଜନକ ସାମଗ୍ରୀର ପରିବହନ ବିଷୟରେ ସୂଚନା ଆଦାନପ୍ରଦାନ ହେବ l ଅବୈଧ ବନ୍ଧୁକ ରଖିବା ବିଷୟରେ ସୂଚନା ଦିଆଯିବ l ପ୍ରଚାର ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଭିଭିଆଇପି, ଭିଆଇପି ଏବଂ ରାଜନୈତିକ ନେତାଙ୍କ ଗତିବିଧି ବିଷୟରେ ସୂଚନା ଆଦାନ ପ୍ରଦାନ କରାଯିବ l ଏସବୁ ପଦକ୍ଷେପ ଦ୍ଵାରା ନୂଆପଡା ବିଧାନସଭା ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ସହିତ ଆୟୋଜିତ ହୋଇ ପାରିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଶା ପ୍ରକାଶ କରିଛନ୍ତି l
ଉପନିର୍ବାଚନକୁ ଅବାଧ ନିରପେକ୍ଷ ଓ ତୃଟିଶୁନ୍ୟ କରିବା ପାଇଁ ଛତିଶଗଡ଼ ସୀମାବର୍ତ୍ତି ଜିଲ୍ଲା ମହାସମୁନ୍ଦ ଓ ଗରିଆବନ୍ଧ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଲେ।
80
previous post