ନୂଆପଡ଼ା -୩୦/୮ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ଉଦ୍ଧାର କରିଛି ବନ ବିଭାଗ। ଭରୁଆମୁଣ୍ଡା ଗାଁର ଜଣେ ବ୍ୟକ୍ତି ରୂପଧର ମାଝୀ ନିକଟସ୍ଥ ଜଙ୍ଗଲ ତନ୍ଦୂଳ ପାହାଡକୁ ଛେଳି ଚରାଇବାକୁ ଯାଇ ଥିଲେ । ଫେରିଲା ବେଳେ ଏକ ଜଙ୍ଗଲି କୁଟୁରା ଛୁଆ ଛେଳି ସହ ମିଶି ଘରକୁ ଚାଲି ଆସି ଥିଲା ।
ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧର ମାଝୀଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରି ଥିଲେ ବନ ବିଭାଗ ଏବେ ଆବଶ୍ୟକ ଡାକ୍ତରୀ ଚିକିତ୍ସା କରି କୁଟୁରାର ଯତ୍ନ ନେଉଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ରେଞ୍ଜର ଦେବଦତ୍ତ ସୁତାର ଜଣାଇଛନ୍ତି । ଏବେ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କଟୁରା ଛୁଆର ଯତ୍ନ ନେଉଛନ୍ତି ।
ୱାଇଲଡ ଲାଇଫ ୱାଡେନ୍, ନୂଆପଡ଼ା ମାୟାଧର ସରାଫ କୋମନା ବନ ବିଭାଗ କାର୍ଯ୍ୟାଳୟକୁ କୁ ଯାଇ କୁଟୁରା ର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ।




ବନ ବିଭାଗ ଦ୍ଵାରା କୁଟୁରା ଛୁଆ ଉଦ୍ଧାର – ଛେଳି ଗୋଠରେ ଚାଲି ଆସି ଥିଲା ।
86