ନୂଆପଡା -୨୭/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ ୭୧ ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଅସମୟ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।ଏହି କ୍ରମରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଲନ୍ ଙ୍କ ସହିତ ଜିଲ୍ଲା ପ୍ରଶାସନ ର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସି ଇ ଓ ଙ୍କ ସହିତ ଅତିରିକ୍ତ ସି ଇ ଓ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ସଚିବ ପ୍ରମୋଦ ସାହୁ, ଡେପୁଟି ସି ଇ ଓ ଲକ୍ଷ୍ମୀ ପ୍ରସାଦ ସାହୁ, ଅନାମିକା ସିଂ, ପଦ୍ମଜା ଦାସ ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ଡି ସି ହେମନ୍ତ ପୁଟା, ଏ ଆର୍ ଓ ତଥା ତହସିଲଦାର କୋମନା ,ସର୍ବେଶ୍ଵର ଜାଲ, ଏ ଆର୍ ଓ ତଥା ତହସିଲଦାର ନୂଆପଡା ,ପ୍ରଣବ ରଞ୍ଜନ ସାହୁ, ପରିବହନ ଅଧିକାରୀ ଶର୍ମିଲା ମହାରଣା, ଡି ଆଇ ଓ ଏନ୍ ଆଇ ସି ବିନୟ କୁମାର ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପୂର୍ବ ପ୍ରସ୍ତୁତି ସହିତ ଆଇନଶୃଙ୍ଖଳା ଏବଂ ଇ ଭି ଏମ୍ ଓ ଭି ଭି ପାଟ ଉପରେ ବିଶଦ ଆଲୋଚନା ହୋଇଥିଲା l ଜିଲ୍ଲା ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ବନ୍ଧରେ ଜିଲ୍ଲାପାଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ ।
ଉପନିର୍ବାଚନ ପ୍ରସ୍ତୁତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜିଲ୍ଲା ପ୍ରଶାସନ ସହ ଆଭାସି ବୈଠକ ଅନୁଷ୍ଠିତ।
- ନୂଆପଡ଼ା ବିଧାନ ସଭା ଉପ ନିର୍ବାଚନ -
66