Home ରାଜ୍ୟବ୍ରହ୍ମପୁର- ଉଧନା କୁ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ୍: ନୂଆପଡ଼ା ରେ ରହଣି ନାହିଁ।

ବ୍ରହ୍ମପୁର- ଉଧନା କୁ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ୍: ନୂଆପଡ଼ା ରେ ରହଣି ନାହିଁ।

ରେଳ ବିଭାଗ ର ବୈମାତୃକ ମନୋଭାବ

by Maraguda Express
0 comments

ନୂଆପଡ଼ା -୫/୧୦ (ସୁରେନ୍ଦ୍ର ତିୱାରୀ) ଗତ ୨୭ ସେପ୍ଟେମ୍ବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଗସ୍ତ ସମୟ ରେ ଉପରୋକ୍ତ ଟ୍ରେନ ର ଉଦ୍ଘାଟନ କରିଥିଲେ। ଏହା ୬ ଅକ୍ଟୋବର ରୁ ନିୟମିତ ଚାଲିବ ଅମୃତ ଭାରତ ଏକ୍ସପ୍ରେସ ସାପ୍ତାହିକ ଟ୍ରେନ। ଟ୍ରେନରେ ବ୍ରହ୍ମପୁରରୁ ସୁରତ ଯିବା ଆସିବା ହେଲା ସହଜ। ଏଣିକି ଯାତ୍ରୀଙ୍କୁ ନିୟମିତ ଟ୍ରେନ୍ ସେବା ଯୋଗାଇବ ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ। ୬ ଅକ୍ଟୋବର ଠାରୁ ଏହି ନୂତନ ଟ୍ରେନ୍ ପ୍ରତି ସୋମବାର ରାତି ୧୧ଟା ୪୫ ମିନିଟରେ ବ୍ରହ୍ମପୁରରୁ ଛାଡ଼ିବ ଏବଂ ପରଦିନ ସକାଳ ୮ ଟା ୪୫ ମିନିଟରେ ଉଧନାରେ ପହଞ୍ଚିବ। ସେହିପରି ଫେରିବା ବେଳେ ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ୍ ୫ ଅକ୍ଟୋବରରୁ ପ୍ରତି ରବିବାର ସକାଳ ୭ଟା ୧୦ ମିନିଟରେ ଉଧନାରୁ ଯାତ୍ରା ଆରମ୍ଭ କରିବ। ପରଦିନ ଅପରାହ୍ନ ୧ଟା ୫୫ ମିନିଟରେ ବ୍ରହ୍ମପୁରରେ ପହଞ୍ଚିବ। ରେଳ ମନ୍ତ୍ରଣାଳୟ ଟ୍ରେନ ନମ୍ବର ୧୯୦୨୨/ ୧୯୦୨୧ ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ସେବାର ନିୟମିତ ସେବାକୁ ଅନୁମୋଦନ କରିଛି। ୨୨ଟି ଆଧୁନିକ ଶ୍ରେଣୀ କୋଚ୍ ସଂଯୁକ୍ତ ଏହି ଟ୍ରେନରେ ୧୧ଟି ଜେନେରାଲ୍ ଶ୍ରେଣୀ ସିଟିଂ କୋଚ, ୮ ଶୟନଯାନ ଶ୍ରେଣୀ କୋଚ, ୨ ଲଗେଜ୍ କମ୍ ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ପ୍ୟାଣ୍ଡ୍ରି କାର୍ ରହିଛି। ଉଭୟ ପଟରୁ ଯାତ୍ରା ସମୟରେ ଏହି ଟ୍ରେନ୍ ଶ୍ରୀକାକୁଲମ୍ ରୋଡ୍, ବୋବିଲି, ପାର୍ବତୀପୁରମ୍, ମୁନିଗୁଡା, କେସିଙ୍ଗା, କାଣ୍ଟାବାଞ୍ଜି, ଖରିଆର ରୋଡ, ମହାସମୁନ୍ଦ, ଦୂର୍ଗ, ଗୋନ୍ଦିଆ, ଓ୍ବାର୍ଧା, ବଡ଼ନେରା, ଅକୋଲା, ମାଲକାପୁର, ଜଲଗାଓଁ, ଧରଣଗାଓଁ, ଅମଲନେର, ସିନ୍ଧଖେଡ଼ା, ଦୋନ୍ଦାଇଚ, ନଓ୍ୱାପୁର, ବ୍ୟାରା ଏବଂ ବାରଡାଲି ଆଦି ଷ୍ଟେସନରେ ରହଣି କରିବ। ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି, ବ୍ୟବସାୟ ଏବଂ ଶ୍ରମଶକ୍ତିର ଗତିବିଧ‌ିକୁ ସମର୍ଥନ କରି ଆର୍ଥିକ ଏବଂ ଶିଳ୍ପ ଗତିଶୀଳତାକୁ ବୃଦ୍ଧି କରିବବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନୂଆପଡ଼ା ରେଳ ଷ୍ଟେସନ ରେ ଉପରୋକ୍ତ ଟ୍ରେନ ରହଣି ଦିଆଯାଇନଥିବା ରୁ ଅଞ୍ଚଳ ରେ କ୍ଷୋଭ ପ୍ରକାଶ ପାଇଛି। ଜିଲ୍ଲା ସଦର ମହକୁମା ହୋଇଥିଲେ ହେଁ ଏଠାରେ ଅନେକ ଏକ୍ସପ୍ରେସ ଓ ସୁପର ଫାଷ୍ଟ ଟ୍ରେନ ର ରହଣି ନାହିଁ। ରେଳ ମନ୍ତ୍ରଣାଳୟ ର ଏଭଳି ବୈମାତୃକ ମନୋଭାବ କୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଭବିଷ୍ୟ ରେ ଟ୍ରେନ ରହଣି ପାଇଁ ରେଳ ରୋକ ଆନ୍ଦୋଳନ ଯେ ନକରିବେ କହିହେବ ନାହିଁ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha