153


ନୂଆପଡ଼ା -୨୬/୯(ସୁରେନ୍ଦ୍ର ତିୱାରୀ) ସୁନାବେଡା ଉପତ୍ୟକାରେ ବସ ଚଳା ଚଳ ବନ୍ଦ ଥିବା ଯୋଗୁଁ ଅଞ୍ଚଳ ବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋସେଙ୍ଗ ଓ ସୁନାବେଡ଼ା ପଞ୍ଚାୟତ ର ଅନେକ ଗାଁ ର ଲୋକେ ବିଭିନ୍ନ କାର୍ଯ୍ୟ ସହ ବ୍ଲକ ଓ ଜିଲ୍ଲା ଚିକିତ୍ସାଳୟ କୁ ସ୍ୱାସ୍ଥ୍ୟ ସେବା ନିମନ୍ତେ ନିର୍ଭର କିନ୍ତୁ ବସ ଚଳାଚଳ ବନ୍ଦ ଥିବା ହେତୁ ଏତେ ଦୂର ଯିବା ପାଇଁ ପ୍ରାଇଭେଟ୍ ଗାଡି ଭଡା କରି ଯିବା ସମ୍ଭବ ହେଉନାହିଁ।
ଥିଲା ବାଲା ଯାଉଥିଲେ ହେଁ ଗରିବ ଖଟିଖିଆ ପାଇଁ ଏହା ସମ୍ଭବ ହେଉ ନାହିଁ । ଆଉ କେତେ ଦିନ ପରେ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଯାତ୍ରା ଅଛି ପ୍ରବଳ ଜନ ସମାବେଶ ସହ ଗାଡି ମଟର ଯାତାୟାତ କରିବ, ଏଣୁ ଯାତ୍ରା ପୂର୍ବ ରୁ ଚେରେଚୁଆଁ ଠାରୁ ସୁନାବେଡ଼ା ପର୍ୟ୍ୟନ୍ତ ରାସ୍ତା ମରାମତି ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।