
ନୂଆପଡ଼ା -୪/୧୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ସୁନାବେଡା, ସୋସେଙ୍ଗ ଓ ମିଚ୍ଛାପାଲି ଗ୍ରାମପଞ୍ଚାୟତ ରେ ବସବାସ କରୁଥିବା ଚକୁଟିଆ ଭୁଞ୍ଜିଆ ଆଦିମ ଜନଜାତି ଙ୍କ ସର୍ବାଙ୍ଗୀନ ଉନ୍ନତି କଳ୍ପେ ଏକ ଉନ୍ନୟନ ସଂସ୍ଥା ସ୍ଥାପନ କରାଯାଇଛି। ତେବେ ଗତ ୩୦ ସେପ୍ଟେମ୍ବର ୨୦୨୪ ରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅନୁମୋଦନ ସତ୍ୱେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ରେ ଓଡିଶା ରାଜ୍ୟ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ନ ଥିବାରୁ ଉକ୍ତ ଜନଜାତି ଙ୍କ ଉନ୍ନତିକରଣ ରେ ବାଧା ଉପୁଜିଥିବା ଦର୍ଶାଇ ସମ୍ପୃକ୍ତ ତିନି ପଞ୍ଚାୟତ ର ଶତାଧିକ ଜନଜାତି ମହିଳା ପୁରୁଷ ଯଥାଶୀଘ୍ର ଏହାକୁ ଲାଗୁ କରିବା ଦାବୀ ରେ ସି.ବି.ଡି.ଏ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା ଦେବାସହ ସୁନାବେଡା ଗ୍ରାମ ପରିକ୍ରମା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ବିଜୟାନନ୍ଦ ମଲ୍ଲିକ ଙ୍କ ଜରିଆରେ ପ୍ରଦାନ କରିଥିଲେ। ଶ୍ରୀ ମଲ୍ଲିକ ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟସରକାର ଙ୍କ ପାଖକୁ ପଠେଇ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ରୁଉପସ୍ଥିତ ଜନସାଧାରଣ ବିରତ ରହିଥିଲେ।

ଓପିଲିପ ସହାୟତା ଦାବୀ ରେ ଧାରଣା।
60