112
ନୂଆପଡ଼ା -୫/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏସଡିପିଓ ଭାବରେ ଉପେନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି । ସେ ୨୦୦୫ ବ୍ୟାଚ୍ର ଓପିଏସ୍ ଅଟନ୍ତି | ଏହା ପୂର୍ବରୁ ଶ୍ରୀ ପ୍ରଧାନ ଯାଜପୁର ଜିଲ୍ଲାର ଯାଜପୁର ରୋଡ୍ରେ ଏସ୍ଡିପିଓ ଥିଲେ | ସୋମବାର ଏଠାରେ ଯୋଗ ଦେବା ପରେ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ ସାହୁ ଓ ଅନ୍ୟ ପୋଲିସ କର୍ମଚାରୀମାନେ ସ୍ବାଗତ କରିଥିଲେ | ମଙ୍ଗଳବାର ଖଡ଼ିଆଳ ସାମ୍ବାଦିକ ମାନେ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରିଥିଲେ । ସାମ୍ବାଦିକ ମାନେ ଖଡ଼ିଆଳ ସହରରେ ସନ୍ଧ୍ୟା ସମୟରେ କିଛି ବାଇକ ଚାଳକ ମାନେ ଅତ୍ୟଧିକ ଶବ୍ଦ ପ୍ରଦ୍ୟୁଷଣ କରି ଅତ୍ୟଧିକ ସ୍ପୀଡ଼ରେ ଗାଡି ଚଳାଉଥିବାରୁ ସେମାନଙ୍କୁ ଲଗାମ ଲବଗାଇବା ପାଇଁ ଅନୁରୋଧ କରିଥିଲେ । ଏସଡିପିଇଓ ଶ୍ରୀ ପ୍ରଧାନ ଖଡ଼ିଆଳରେ ଯାହା ସବୁ ସମସ୍ୟା ରହିଛି ତାକୁ ସମାଧାନ କରିବା ପାଇଁ ନିଶ୍ଚୟ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।