Home ରାଜ୍ୟକାନ୍ଥ ଚାପାରେ ଆଈଶାଶୁ ଓ ନାତିବୋହୁ ଙ୍କ ମୃତ୍ୟୁ, ଝିଅ ଗୁରୁତର

କାନ୍ଥ ଚାପାରେ ଆଈଶାଶୁ ଓ ନାତିବୋହୁ ଙ୍କ ମୃତ୍ୟୁ, ଝିଅ ଗୁରୁତର

କାନ୍ଥ ଚାପାରେ ଆଈଶାଶୁ ଓ ନାତିବୋହୁ ଙ୍କ ମୃତ୍ୟୁ, ଝିଅ ଗୁରୁତର

by Maraguda Express
0 comments

କାନ୍ଥ ଚାପାରେ ଆଈଶାଶୁ ଓ ନାତିବୋହୁ ଙ୍କ ମୃତ୍ୟୁ, ଝିଅ ଗୁରୁତର
ନୂଆପଡ଼ା -୬/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ପଟପରପାଲି ଗ୍ରାମରେ କାନ୍ଥ ଚାପାରେ ଦୁଇ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଝିଅ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଦିବାକର ଶବର ନିଜ ଅଗଣା ପଛପଟେ ଏକ କୁକୁଡ଼ା ଫାର୍ମ ପାଇଁ ଗୃହନିର୍ମାଣ କରୁଥିଲେ। ନିର୍ମାଣାଧିନ ଏହି ଫାର୍ମ ଗୃହରେ ତାଙ୍କ ପତ୍ନୀ ବାଲମତି ଶବର     (୨୯) ଓ ଆଈଶାଶୁ ରୂପେ ଶବର (୭୦) କାର୍ଯ୍ୟ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଏକ କାନ୍ଥ ଭୁଶୁଡି ସେମାନଙ୍କ ତଥା ନିକଟରେ ଥିବା ଝିଅ ମିନାକ୍ଷୀ (୯) ଉପରେ ପଡିଯାଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା କାନ୍ଥ ତଳୁ ରୂପେ ଶବର ଓ ବାଲମତି ଶବର ଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତଥା ଗୁରୁତର ଆହତ ଝିଅ କୁ ଚିକିତ୍ସା ପାଇଁ ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ପୋଲିସ ପଠେଇ ଥିଲେ । ଲଖନା ଥାନା ୟୁଡ଼ି କେସ ନମ୍ୱର ଯଥାକ୍ରମେ ୨ ଓ ୩ ରୁଜୁ କରି ଶବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତ ଶରିର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ପୋଲିସ ସୂତ୍ର ରୁ ପ୍ରକାଶ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha