Home ରାଜ୍ୟଭାରତୀୟ ନିର୍ବାଚନ ଆୟୋଗ

ଭାରତୀୟ ନିର୍ବାଚନ ଆୟୋଗ

ଭାରତୀୟ ନିର୍ବାଚନ ଆୟୋଗ

by Maraguda Express
0 comments
ଭାରତୀୟ ନିର୍ବାଚନ ଆୟୋଗ
ନୂଆପଡ଼ା -୫/୭ (ପ୍ରେସ୍ ବିଜ୍ଞପ୍ତି) ବିହାର ଏସ.ଆଇ.ଆର ପୂର୍ଣ୍ଣାଙ୍ଗ ଗତିରେ ଚାଲିଛି l ୧.୦୪ କୋଟି (୧୩.୧୯%) ଗଣନା ଫର୍ମ ସଂଗ୍ରହ କରାଯାଇଛି l ପ୍ରାୟ ୯୪ ପ୍ରତିଶତ ଫର୍ମ ବଣ୍ଟନକରାଯାଇଛି l ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପୂର୍ଣ୍ଣାଙ୍ଗ ଭାବରେ ଚାଲିଛି l ବି.ଏଲ.ଓ, ବି.ଏଲ.ଓ ପର୍ଯ୍ୟବେକ୍ଷକ, ସମସ୍ତ ନିର୍ବାଚନ ଅଧିକାରୀ,ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ବି.ଏଲ. ଏ ଏବଂ ତୃଣମୂଳ ସ୍ତରରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ସ୍ୱେଚ୍ଛାସେବକ ମାନେ ସୁନିଶ୍ଚିତ କରୁଛନ୍ତି ଯେ କୌଣସି ଯୋଗ୍ୟ ଭୋଟର ବାଦ ପଡ଼ି ନାହାନ୍ତି । ଜୁନ୍ ୨୪, ୨୦୨୫ ଯାଏ ବିହାରରେ ପଞ୍ଜୀକୃତ ମୋଟ ୭,୮୯,୬୯,୮୪୪ (ପ୍ରାୟ ୭.୯୦ କୋଟି) ଭୋଟରଙ୍କ ମଧ୍ୟରୁ ୧,୦୪,୧୬, ୫୪୫ ଗଣନା ଫର୍ମ ଅର୍ଥାତ୍ ୧୩.୧୯ ପ୍ରତିଶତ ଗ୍ରହଣ କରାଯାଇଛି। ବଣ୍ଟନ କରାଯାଇଥିବା ଫର୍ମର ପ୍ରତିଶତ ମଧ୍ୟ ୯୩.୫୭ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୭,୩୮,୮୯,୩୩୩ ଫର୍ମ ପୂର୍ବରୁ ବଣ୍ଟନକରାଯାଇଛି। ୭୭,୮୯୫ ଜଣ ବି.ଏଲ.ଓ ଘର ରୁ ଘର ବୁଲି ଭୋଟର ମାନଙ୍କୁ ସେମାନଙ୍କର ଗଣନା ଫର୍ମ ପୂରଣ କରିବାରେ ଏବଂ ସେଗୁଡ଼ିକୁ ସଂଗ୍ରହ କରିବାରେ ସାହାଯ୍ୟ କରୁଛନ୍ତି। ବହୁ କ୍ଷେତ୍ରରେ, ବି. ଏଲ.ଓ ମାନେ ଭୋଟରମାନଙ୍କର ଫଟୋ ଉଠାଉଛନ୍ତି ଏବଂ ସେଗୁଡ଼ିକୁ ଅପଲୋଡ୍ କରୁଛନ୍ତି, ଏହା ଫଳରେ ଭୋଟର ମାନେ ନିଜର ଫଟୋ ଉଠାଇବାର କଷ୍ଟରୁ ମୁକ୍ତ ହୋଇଛନ୍ତି। ଆଂଶିକ ପୂରଣ ହୋଇଥିବା ଫର୍ମଗୁଡ଼ିକ ନିର୍ବାଚନ ଆୟୋଗ ପୋର୍ଟାଲ୍ (https://voters.eci.gov.in) ଏବଂ ଇ.ସି.ଆଇ.ନେଟ ଆପ୍‌ରେ ମଧ୍ୟ ଡାଉନଲୋଡ୍ ପାଇଁ ଉପଲବ୍ଧ l ପୂରଣ ହୋଇଥିବା ଫର୍ମଗୁଡ଼ିକୁ ଭୋଟର ନିଜେ ଇ.ସି.ଆଇ.ନେଟ ଆପ୍‌ରେ ଅପଲୋଡ୍ କରିପାରିବେ। ଏହା ସହିତ, ପ୍ରକ୍ରିୟାକୁ ସୁଗମ ଏବଂ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ୨୦,୬୦୩ ଜଣ ଅତିରିକ୍ତ ବି.ଏଲ.ଓ ନିଯୁକ୍ତ କରାଯିବ। ଏସ.ଆଇ.ଆର ପ୍ରକ୍ରିୟାରେ ବୟସ୍କ, ଦିବ୍ୟାଙ୍ଗ, ଅସୁସ୍ଥ ଏବଂ ଦୁର୍ବଳ ଜନସଂଖ୍ୟାକୁ ସୁବିଧା ଯୋଗାଇବା ପାଇଁ ପ୍ରାୟ ୪ ଲକ୍ଷ ସ୍ୱେଚ୍ଛାସେବକ, ଯେଉଁଥିରେ ସରକାରୀ ଅଧିକାରୀ, ଏନ.ସି. ସି କ୍ୟାଡେଟ୍, ଏନ.ଏସ.ଏସ ସଦସ୍ୟ ଇତ୍ୟାଦି ମଧ୍ୟ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ, ୨୩୯ ଜଣ ଇ.ଆର.ଓ, ୯୬୩ ଜଣ ଏ.ଇ.ଆର.ଓ, ୩୮ ଜଣ ଡି.ଇ.ଓ ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭୂମି ସ୍ତରରେ ଭୋଟର ମାନଙ୍କୁ ସେମାନଙ୍କର ଫର୍ମ ଦାଖଲ କରିବାରେ ସାହାଯ୍ୟ କରୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ୧,୫୪,୯୭୭ ଜଣ ବୁଥ୍ ସ୍ତରୀୟ ପ୍ରତିନିଧି (ବି.ଏଲ.ଏ) ମଧ୍ୟ ଏସ.ଆଇ.ଆର ପ୍ରକ୍ରିୟାରେ ସକ୍ରିୟ ସମର୍ଥନ ପ୍ରଦାନ କରୁଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha