Home ରାଜ୍ୟକିଶୋର ନ୍ୟାୟ : ବାଳକ ମାନଙ୍କ ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସଚେତନତା ଆଇନ ଶିବିର

କିଶୋର ନ୍ୟାୟ : ବାଳକ ମାନଙ୍କ ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସଚେତନତା ଆଇନ ଶିବିର

by Maraguda Express
0 comments

ନୂଆପଡ଼ା -୩୦/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ସୁନୁସୁନିଆ ସ୍ଥିତ ମହାମାୟା ଆଇନ ମହାବିଦ୍ୟାଳୟ ପରିସର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କିଶୋର ନ୍ୟାୟ (ବାଳକ ମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା ଶିବର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଯୋଗଦେଇ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଏବଂ ଏହି ଆଇନ ଅନ୍ତର୍ଗତ ଶିଶୁଙ୍କ ମୌଳିକ ଅଧିକାର ସୁରକ୍ଷିତ ରଖିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ବିଷୟ ରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ । ସେହିପରି ନୂଆପଡ଼ା ଶିଶୁ ମଙ୍ଗଳ ସମିତିର ସଦସ୍ୟ ନାରାୟଣ ପ୍ରସାଦ ଯୋଶୀ କିଶୋର ନ୍ୟାୟ (ବାଳକମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ ବିଷୟ ରେ ଆଲୋକପାତ କରିଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅନିଲ ତାଣ୍ଡି, ଶିକ୍ଷକଗଣ, ଆଇନ ଛାତ୍ରଛାତ୍ରୀ, ଅଧିକାର ମିତ୍ରଗଣ ଓ ଅନ୍ଯାନ୍ଯ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha