ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ: ଜିଲ୍ଲା ସ୍ତରୀୟ ୭୬ତମ ବନ୍ ମହୋତ୍ସବ ୨୦୨୫ ପାଳିତ ।
ନୂଆପଡ଼ା -୧୨/୭ ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ୭୬ତମ ବନ ମହୋତ୍ସବ ୨୦୨୫ ପାଳିତ ହୋଇଯାଇଛି। ଉପରୋକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ସବୁଜ ସୁନ୍ଦର ଏବଂ ନିର୍ମଳ ପରିବେଶ ସୃଷ୍ଟି କରିବାକୁ କହି ମାଁଙ୍କ ପାଇ ଗଛ ଟିଏ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପ୍ରତ୍ୟେକ ନାଗରିକ ପାଞ୍ଚ ଗୋଟି ଚାରା ରୋପଣ କରିବା ପାଇଁ ଆହ୍ବାନ କରିଥିଲେ। ଅତିଥି ରୂପେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ,ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ଡିଏଫଓ ଅଜିଜ ଖାନ,କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ପରିଚାଳନା କମିଟି ଅଧ୍ୟକ୍ଷ ବିଶ୍ୱଜିତ ପାଢୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିଲେ।
ଅତିଥି ମାନେ ବୃକ୍ଷ ଚାରା ରୋପଣ କରିଥିଲେ। ଏକ ହଜାର ରୁ ଉର୍ଦ୍ଧ ଲୋକ ବସିବା ଭଳି ସର୍ବସୁବିଧା ଯୁକ୍ତ ଏକ ଅଡିଟୋରୀୟମ ହଲ ନିର୍ମାଣ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରତିଶୃତି ଦେଇଥିଲେ। ଏ ଅବସର ରେ ବନ ସୁରକ୍ଷା ସମିତି,ଖଇରପଦର କୁ ଶ୍ରେଷ୍ଠ ବନ ସୁରକ୍ଷା ସମିତି ରୂପେ ପୁରସ୍କୃତ କରିଥିଲେ। ସଭା ଶେଷ ରେ ରେଞ୍ଜର ଜୟଦେବ ମାଝି ଧନ୍ୟବାଦ୍ ପ୍ରଦାନ କରିଥଲେ।
ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ: ଜିଲ୍ଲା ସ୍ତରୀୟ ୭୬ତମ ବନ୍ ମହୋତ୍ସବ ୨୦୨୫ ପାଳିତ ।
ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ: ଜିଲ୍ଲା ସ୍ତରୀୟ ୭୬ତମ ବନ୍ ମହୋତ୍ସବ ୨୦୨୫ ପାଳିତ ।
138