380
ଘର ଅଗଣାରେ ଫୁଟିଲା ବ୍ରହ୍ମ କମଳ: ମହା ପ୍ରଭୁ ଙ୍କ ଅତି ପ୍ରିୟ ଫୁଲ । 
ନୂଆପଡ଼ା -୧୨/୭ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ଜାତୀୟ ରାଜପଥ ୩୫୩ ପାର୍ଶ୍ଵ ସତସଙ୍ଗ ମନ୍ଦିର ନିକଟ ଏକ ଘରେ ବ୍ରହ୍ମ କମଳଫୁଳ ଫୁଟିବା ରୁ ଦେଖଣାହାରୀ ଙ୍କ ଭିଡ ଲାଗିଛି। ଉକ୍ତ ଫୁଲ ଟି ମହାପ୍ରଭୁ ଙ୍କ ପୁଣି ଅତିପ୍ରିୟ ବୋଲି ଜନ ଶ୍ରୁତି ରହିଛି। ଫୁଲ କୁ ଦେଖି ଗୁରୁ ପରିବାରରେ ଖୁସିର ମାହୋଲ ରହିଛି । ମହାପ୍ରଭୁଙ୍କ ଅତିପ୍ରୀୟ ଏହି ବ୍ରହ୍ମକମଳ ହିମାଳୟରେ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି। ନୁଆପଡା ସତସଙ୍ଗ ବିହାର ନିକଟରେ ରେ ରହୁଥିବା ସାମ୍ବାଦିକ ବିଭୁଦତ୍ତ ଗୁରୁ ଙ୍କ ଘର ଅଗଣାରେ ଫୁଟିଛି ତିନ ଟି ବ୍ରହ୍ମ କମଳ। ଶ୍ରୀ ଗଣେଷ ମୂର୍ତ୍ତି ନିକଟ ରେ ବ୍ରହ୍ମ କମଳ ଫୁଲ ଟି ବିଦ୍ୟମାନ ରହିଛି।