42




ନୂଆପଡ଼ା -୨୩/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାର ବ୍ୟବସାୟିକ ନଗରୀ ଖରିଆର ରୋଡ ରେ ଗତ କାଲି “ଖରିଆର ରୋଡ ମହୋତ୍ସବ- ୨୦୨୬” ର ଭବ୍ୟ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ କଳା, ସଂସ୍କୃତି ଏବଂ ଗୌରବର ଏକ ଅଦ୍ଭୁତ ଉତ୍ସବ ଭାବରେ ପରିଚିତ ହୋଇଛି। ଏ ଅବସର ରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ନଗର ପରିକ୍ରମା କରି ଆନୁଷ୍ଠାନିକ ଭାବେ ଲୋକ ମହୋତ୍ସବ ମୁଖ୍ୟ ଅତିଥି ଦ୍ଵାରା ଉଦ୍ଘାଟିତ ହୋଯାଇଛି।
ମହୋତ୍ସବର ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ସମ୍ମାନିତ ଅତିଥି ରୂପେ, ଖଡିଆଲ ଏନ ଏ ସି ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତା, ନୂଆପଡ଼ା ଏନଏସି ଅଧକ୍ଷ ଆଦମ ମହମ୍ମଦ , ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରି ସାହୁ, ସ୍ୱର୍ଗତ ପୁର୍ବତନ ମନ୍ତ୍ରୀ ରାଜୁ ଭାଇ ଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ , ସମାଜସେବୀ ପ୍ରମିଳା ଶର୍ମା ପ୍ରମୁଖ ମଞ୍ଚାସିନ ଥିଲେ। ଉପରୋକ୍ତ ସଭା କୁ ମହୋତ୍ସବ ଆୟୋଜନ କମିଟି ର ସଭାପତି ସନ୍ଦିପ ଶର୍ମା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ପ୍ରେମ ସାହୁ ବିବରଣୀ ପାଠ କରିଥିଲେ।
ଯୋଗଦେଇଥିବା ଅତିଥିଗଣ ତାଙ୍କ ସମ୍ୟକ ଅଭିଭାଷଣ ରେ କହିଛନ୍ତି ଯେ, “ଏହି ମହୋତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଜୀବନ୍ତ ଲୋକ ପରମ୍ପରା ଏବଂ ସାମୂହିକ ଉତ୍ସାହର ଭବ୍ୟ ପ୍ରତୀକ ଅଟେ।”
ଏହି ସଫଳ ଆୟୋଜନ ପାଇଁ ଖରିଆର ରୋଡ ମହୋତ୍ସବ କମିଟି ଏବଂ ଚେମ୍ବର ଅଫ୍ କମର୍ସର ସମସ୍ତ ପଦାଧିକାରୀ ଏବଂ ସହଯୋଗୀମାନଙ୍କୁ ସେମାନଙ୍କର ସମର୍ପଣ, ଅଥକ ପରିଶ୍ରମ ଏବଂ ଉତ୍କୃଷ୍ଟ ସମନ୍ୱୟ ପାଇଁ ପ୍ରଶଂସା କରାଯାଇଥିଲା।

