35

ନୂଆପଡ଼ା- ୨୦/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା ୨୪ କୁଣ୍ଡୀୟ ରାଷ୍ଟ୍ର ଶୋର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାଯଜ୍ଞର ଶକ୍ତି କଳସ ଶାନ୍ତିକୁଞ୍ଜ ହରିଦ୍ବାରରୁ ଶହଶହ ଶ୍ରଦ୍ଧାଳୁ ଭକ୍ତ ଆଣି ଗଣ୍ତାବାହାଲି ଗ୍ରାମଠାରେ ପହଞ୍ଚିଥିଲେ ।
ଏହି ଅବସରରେ ଗଣ୍ତାବାହାଲି ଗ୍ରାମ ତଥା ନିକଟସ୍ଥ ଗ୍ରାମରୁ ଅନେକ ଗାୟତ୍ରୀ ପରିବାରର ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ରହି ଶକ୍ତି କଳସକୁ ଭବ୍ୟ ସ୍ଵାଗତ ଜଣାଇଥିଲେ । ଗ୍ରାମ୍ୟର ପ୍ରତ୍ୟେକ ଘରେ ଝୋଟି ଦେଇ, ଘଣ୍ଟ ଶଙ୍ଖ ଓ ଭଜନ ସଂଗୀତ ସହ ଏକ ଭବ୍ଯ ଶୋଭାଯାତ୍ରା ମାଧ୍ଯମରେ ଶକ୍ତିକଳସକୁ
ସମ୍ୱର୍ଦ୍ଧନା ଜଣାଇଥିଲେ ।
ଗାୟତ୍ରୀ ମହାଯଜ୍ଞ କମିଟିର ସଭାପତିଙ୍କ ସୂଚନା ଅନୁସାରେ ଆଗାମୀ ନଭେମ୍ବର ୩୦ରେ ଭବ୍ଯ ସମାବେଶରେ ଯଜ୍ଞର ଭୂମି ପୂଜନ ଓ ଦେବ ଦମ୍ପତ୍ତି ସମ୍ମିଳନୀ ହେବ ।

