121
ବୋଡ଼େନ – ୨୬/୭ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ଗୋହିରାପଦର ପ୍ରାଥମିକ ବିଦ୍ୟାଳୟରେ ନା ଅଛି ବାଡ଼, ନା ଅଛି ନଳକୂପ l ବାଡ଼ ନଥିବାରୁ ଅସାମାଜିକ ଯୁବକଙ୍କ ଅଡ୍ଡା ସ୍ଥଳୀ ପାଲଟିଛି ସ୍କୁଲ, ଗାଈଗୋରୁ ଫୁଲଗଛ କୁ ନଷ୍ଟ କରିବାରେ ଲାଗିଛନ୍ତି, ନଳକୂପ ନଥିବାରୁ ଡ଼ୁମେରପଡା ନଳ କୂଅ ଯାହା ତିନିଶହ ମିଟର ଦୂରେ ଅବସ୍ଥିତ ଭରସାରେ ଚାଲିଛି ରୋଷେଇ କାର୍ଯ୍ୟ । ଏଣୁ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପରୋକ୍ତ ସମସ୍ୟା ଉପରେ ଆଶୁ ସମାଧାନ ନକଲେ ବିଦ୍ୟାଳୟଟି ଅନେକ ସମସ୍ୟା ରେ ଗତିକାରିବ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଅରୁଣ ମାଝୀ କହିଛନ୍ତି l ଏଣୁ ସ୍କୁଲରେ ଏକ ନଳକୂପ ଓ ବାଡ଼ ହେଉ ବୋଲି ଗ୍ରାମବାସୀ ସାଧାରଣରେ ଦାବି କରିଛନ୍ତି ।