Home ରାଜ୍ୟଗ୍ରାମ୍ୟ ଉନ୍ନୟନ ବିଭାଗ : ନିମ୍ନମାନ ର ରାସ୍ତା କାମ, ଦୁଇ ମାସ ରେ ପିଚୁ ଉଠିଗଲା, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ?

ଗ୍ରାମ୍ୟ ଉନ୍ନୟନ ବିଭାଗ : ନିମ୍ନମାନ ର ରାସ୍ତା କାମ, ଦୁଇ ମାସ ରେ ପିଚୁ ଉଠିଗଲା, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ?

ଗ୍ରାମ୍ୟ ଉନ୍ନୟନ ବିଭାଗ : ନିମ୍ନମାନ ର ରାସ୍ତା କାମ, ଦୁଇ ମାସ ରେ ପିଚୁ ଉଠିଗଲା, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ?

by Maraguda Express
0 comments

ଗ୍ରାମ୍ୟ ଉନ୍ନୟନ ବିଭାଗ : ନିମ୍ନମାନ ର ରାସ୍ତା କାମ, ଦୁଇ ମାସ ରେ ପିଚୁ ଉଠିଗଲା, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ?

ନୂଆପଡା- ୧୧/୭ (ସୁରେନ୍ଦ୍ର ତିୱାରୀ)
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଲଖନା ଠାରୁ ଜାମସେଠ (ବରଗଡ ଜିଲ୍ଲା) ସଂଯୋଗ କରୁଥିବା ବଙ୍ଗାମୁଣ୍ଡା ଭାୟା ବଣକିମହୁଳ ପିଚୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପିଚୁ କାମ ଶେଷ ହୋଇ ଦୁଇ ମାସ ପୁରିଲା ହେଲେ ରାସ୍ତା ଉପରୁ ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଛି । ଏଭଳି କାର୍ଯ୍ଯ ଦେଖି ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟ ରେ ଅସନ୍ତୋଷ ର ଦାନା ବାନ୍ଧୁଛି। ରାସ୍ତା ର ପୁନଃ ନିର୍ମାଣ ନକଲେ ଆନ୍ଦୋଳନ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ପଞ୍ଚାୟତ ସ୍ତରରେ ଦୁର୍ନୀତି ହେଲେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ତଦନ୍ତ କରନ୍ତି ହେଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାମ ପାଇଥିବା ଠିକାଦାର, ଯନ୍ତ୍ରୀମାନେ ରାସ୍ତା ନିର୍ମାଣ ରେ କୋଟି କୋଟି ଟଙ୍କା ର ଦୁର୍ନୀତି କରନ୍ତି ହେଲେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କାହିଁକି ହେଉନି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ? ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟ ରେ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନ ର ରାସ୍ତା ନିର୍ମାଣ ହେଉଥିବା ରୁ ଏହାର ସ୍ଥାୟୀତ୍ବ ରହୁନଥିବା ଅଭିଯୋଗ ହେଉଛି। ପିଚୁ କାମ ଶେଷ ହୋଇ କି ପ୍ରାୟ ଦୁଇ ମାସ ହୋଇଛି ପିଚୁ ଉଠି ଯାଉଛି। କେବଳ ପଥର ଗୁଣ୍ଡ ଉପରେ ପୋଡା ପିଚୁ ଢାଳି ଦେଇ କାମ ଇତି କରି ଦେଉଛନ୍ତି ବୋଲି ଅଞ୍ଚଳବାସୀ କହୁଛନ୍ତି। ଚଳିତ ବର୍ଷ ର ପ୍ରଥମ ସ୍ଵଳ୍ପ ବର୍ଷାରେ ଅନେକ ସ୍ଥାନରେ ପିଚୁ ଉଠି ଯାଇ ଖାଲଖମା ହେବା ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଉଛି। ରାସ୍ତା ନିର୍ମାଣରେ ମାଟି, ମୋରମ, ମେଟାଲ ପଥର ଗୁଣ୍ଡ, ଦେଇ ପିଚୁ କରାଯାଏ । ହେଲେ ଏହି ରାସ୍ତାରେ କେବଳ ପଥର ଗୁଣ୍ଡ ଦେଇ ପୋଡା ପିଚୁ ଢାଳି ଦେଇ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ରାସ୍ତା ସଂପୂର୍ଣ୍ଣ ନିର୍ମାଣ ହୋଇନାହିଁ । ବଣକିମହୁଳ ଗାଁ ନିକଟରେ ବର୍ତ୍ତମାନ୍ ମଧ୍ୟ ପିଚୁ ହୋଇନି ରାସ୍ତା ର ଅଧା କାମ କରି ଠିକାଦାର ଛାଡ଼ି ଦେଇଛନ୍ତି। ଠିକାଦାର ସହ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ପ୍ରିୟା ପ୍ରୀତି ତୋଷଣ ଯୋଗୁଁ ଏଭଳି ଅତ୍ୟନ୍ତ କଦର୍ଯ୍ୟ ନିମ୍ନମାନ ର ରାସ୍ତା କାର୍ଯ୍ଯ ହେଉଥିବା କୁହାଯାଉଛି ।
ଉପରୋକ୍ତ ରାସ୍ତା ଯଥା ପୂର୍ବଂ ତଥା ପରଂ ଦଣ୍ଡାୟମାନ ରହିଛି। ସୂଚନା ଫଳକ ରେ ଉଲ୍ଲେଖ ରହିଛି, ୨୦୨୩ ରେ ନିର୍ମଣ କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟଶେଷ ୨୦୨୪ ରେ ହୋଇଛି । ମରାମତି କାର୍ଯ୍ୟ ପାଉଁ ୨୦୨୯ ମସିହା ପର୍ୟ୍ଯନ୍ତ ହେବ ବୋଲି ଲେଖାଯାଇଛି। ଉକ୍ତ ରାସ୍ତା ର ଦୂରତା ୩ କି.ମି. ନିର୍ମାଣ ପାଇଁ ଏକ କୋଟି ୧୯ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ପାଞ୍ଚ ବର୍ଷ ମାରମତି ପାଉଁ ୫ ଲକ୍ଷ ୬୭ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ସର୍ବମୋଟ ଏକ କୋଟି ୨୫ ଲକ୍ଷ୍ୟ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଥମ ଶ୍ରେଣୀ ର ଠିକଦାର ରୁପେଶ ଅଗ୍ରୱାଲ କାମ କରିଛନ୍ତି। ଉପରୋକ୍ତ ରାସ୍ତା କାମ ସମଗ୍ର ଜିଲ୍ଲା ରେ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏକ ଦୁର୍ନୀତି ର ଏକ ନଗ୍ନ ଉଦାହରଣ ମାତ୍ର, ଏହା ଭାତ ହାଣ୍ଡି ରୁ ଗୋଟେ ଚିପିଲେ ସବୁ ଜଣା ପଡେ ହେଲେ ଜିଲ୍ଲା ଦୁର୍ନୀତି ବିଭାଗ ଚେଇଁ ଶୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଉପରୋକ୍ତ ବିଭାଗ ର ସମସ୍ତ ଉନ୍ନୟନ କାମ ର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha