ବୋଡ଼େନ – ୩୦/୭ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଜନଶକ୍ତି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତନ୍ମୟ କୁମାର ତାଣ୍ଡି ଙ୍କର ଆହ୍ୱାନ କ୍ରମେ ବୈଠକରେ ବରିଷ୍ଠ ଶିକ୍ଷକ ଆନନ୍ତରାମ ମେହେର, ଏସ ଏମ ଦି ସି ସଭ୍ୟ ଅନନ୍ତରାମ ଦଣ୍ଡସେନା, ଦିଲୀପ ଦାସ, ହରିହର ମାଝୀ,ମଦନ ମୋହନ ପ୍ରଧାନୀ, ମଝିଆ ମାଝୀ, ରେଣୁକା ହଂସ, ଲଳିତ ଦୁରିଆ, ଯାଦୁରାମ ଦଲ, ଜ୍ୟୋତି ଦୁରିଆ, ମନୋଜ କୁମାର ମହାନନ୍ଦ, ଗଜଲକ୍ଷ୍ମୀ ସାହୁ, ପୁଷ୍ପା ମାଝୀ, ବର୍ଷାରାଣୀ ନାୟକ, ଭାରତୀ ବିଶ୍ୱକର୍ମା, ନରେଶ କୁମାର ସାହୁ, ଶାନ୍ତି ଚିନ୍ଦା, ସୁଶୀଲ ଠାକୁର, ଦେବସିଂ ପଟେଲ, ନରହରି ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିଲେ । ବିଦ୍ୟାଳୟ ର ପରିଚାଳନା ତଥା ପିଲାମାନଙ୍କ ବୌଦ୍ଧିକ, ମାନସିକ ତଥା ଶାରୀରିକ ବିକାଶ ସହ ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ହେବ ସେ ନେଇ ସୁଚିନ୍ତିତ ମତାମତ ରଖିଥିଲେ ।
ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ
96