258

ନୂଆପଡ଼ା -୨୯/୭ (ସୁରେନ୍ଦ୍ର ତିୱାରୀ) ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶା ଙ୍କ ଆହ୍ବାନ କ୍ରମେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷ ରୁ ସାମ୍ବାଦିକ ସୁରକ୍ଷା, ସାମ୍ବାଦିକ ଙ୍କୁ ପେନସନ ଏବଂ ସ୍ବାସ୍ଥ୍ୟ ବୀମା ଅର୍ଥ ବୃଦ୍ଧି ଓ ନବୀକରଣ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ଙ୍କୁ ପେନସନ ବ୍ୟବସ୍ଥା ଦେଶ ର ୧୮ ଗୋଟି ରାଜ୍ୟରେ ଲାଗୁ ହୋଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଓଡ଼ିଶା ରେ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ ବୀମା ନବୀକରଣ ସହ ଏହି ଯୋଜନା ରେ ମାତା ପିତା ଓ ୨୫ ବର୍ଷ ରୁ ଉର୍ଦ୍ଧ ଅବିବାହିତ ନିର୍ଭରଶିଳ ପୁଅ ଝିଅ ଙ୍କୁ ମଧ୍ୟ ସାମିଲ କରିବାକୁ, ସାମ୍ବାଦିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପାଇଁ ଦାବୀ କରିଛନ୍ତି। ଆଜି ଜିଲ୍ଲା ଏନ.ଜେଡ.ଏସ.ଏସ. ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁରେଶ ଆଚାରୀ ଙ୍କ ନେତୃତ୍ୱରେ ଏକ ଦଳ ସାମ୍ବାଦିକ ଦେବାନନ୍ଦ ତାଣ୍ଡି, ଦୀପକ ମିଶ୍ର,ରାଜ୍ କିରଣ ସିଂ ଦେଓ, ବିଶ୍ଵନାଥ ସାମଲ,ମନୋଜ ସଗରିଆ,ଦୀପକ ପାଢୀ, ଅଭିଷେକ ଆଚାରି ପ୍ରମୁଖ ଯୋଗ ଦେଇଥିଲେ।
You Might Also Like