41
ନୂଆପଡା – ୨୫/୧୧ (ସୁରେନ୍ଦ୍ର ତିୱାରୀ) ଗତ କାଲି ସିନାପାଲି ବ୍ଲକ୍ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପରେ ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଟିମନପୁର ପରିଦର୍ଶନ କରିଥିଲେ । ଏହି ସମୟରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବିଡ଼ିଓ କାର୍ମୀ ଓରାମ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମୀନା ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କର୍ତବ୍ୟନିଷ୍ଠ ହିସାବରେ ରୋଗୀ ମାନଙ୍କୁ ସମସ୍ତ ସେବା ଯୋଗାଇ ଦେଇ ସେମାନଙ୍କ ଆସ୍ଥା ଭାଜନ ହେବା ପାଇଁ ପରାମର୍ଶ ଦେଇଥିଲେ। ଚିକିତ୍ସାଳୟ ପରିବେଶକୁ ସଫା ସୁତୁରା ରଖି ଏକ ଉତ୍ତମ ନିରାମୟ ପରିବେଶ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ।

