Home ରାଜ୍ୟପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ, ସହ ବାଲ୍ୟ ବିବାହ ମୁକ୍ତ ଭାରତ ଏବଂ ନିଶାମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ।

ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ, ସହ ବାଲ୍ୟ ବିବାହ ମୁକ୍ତ ଭାରତ ଏବଂ ନିଶାମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ।

by Maraguda Express
0 comments

ନୂଆପଡ଼ା -୩/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ଓ ଆଇନ ସଚେତନତା ପାଇଁ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲାଗଠନ ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟବିବାହ ମୁକ୍ତ ଭାରତ ଏବଂ ନିଶାମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଖଡିଆଳ ସ୍ଥିତ ଯୋଗୀମଠ ଏବଂ ରିଷିପିଠ ପର୍ଯ୍ୟଟନ ସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ର ଉଦ୍ ଘୋଷଣା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ବନ ବିଭାଗ, ବିଜ୍ଞାପିତ ଅଞ୍ଚଳ ପରିଷଦ ଖଡିଆଳ, ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଏବଂ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ପର୍ଯ୍ୟଟନ ସ୍ଥଳୀ ରେ ପଡ଼ିଥିବା ଅଳିଆ ଆବର୍ଜନା କୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହେବା ସହିତ ଭାରତକୁ ବାଲ୍ୟବିବାହ ଓ ନିଶାମୁକ୍ତ କରିବାକୁ ପ୍ରାଧିକରଣ ସଚିବ ନବନୀତା ଦାଶ ଆହ୍ବାନ ଦେଇଥିଲେ। ସଭାରେ ତାଲୁକ ଆଇନ ସେବା କମିଟି ବରିଷ୍ଠ ଦେୱାନୀ ବିଚାରପତି, ଖରିଆର ଇଶା ପତି, ଡିଏଫଓ ଖଡିଆଳ ଅଜିଜ ଖାନ, ଏନ୍.ଏ.ସି ଅଧ୍ୟକ୍ଷ ସ୍ଵାଧୀନ କେତନ ମହାରଣା, ପିଇଓ କମଳିନୀ ବାଗ, ଖରିଆର ଓକିଲ ସଂଘ ସଭାପତି ପ୍ରତାପ କିଶୋର ଜଗତ, ସଚିବ ସଂକର୍ଶଣ ପଣ୍ଡା, ୟାର୍ ସଂଗଠନ ର ପ୍ରତିଷ୍ଠାତା ମହେନ୍ଦ୍ର ଯୋଶୀ, ମିରର୍ ସଂଗଠନ ର ପ୍ରତିଷ୍ଠାତା କାର୍ତ୍ତୀକ ବାଗ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ତଥା ପ୍ରାଧିକରଣର ଅଧିକାର ମିତ୍ର ଘନଶ୍ୟାମ ଶଗରିଆ, ପବିତ୍ର ଡୋଙ୍ଗରାଜ, ପ୍ରତିଭା ପାଣିଗ୍ରାହୀ, ତପସ୍ଵିନୀ ରଣା, ସୁଷମା ଗହିର, ରାଜେଶ ପୋଢ, କ୍ଷୀରସିନ୍ଧୁ ତାଣ୍ଡି, ବୋଧିସତ୍ତ୍ଵ ବାଗ, ଇନ୍ଦୁମତି ସାଗର, ଦ୍ରୌପଦୀ ସଗରିଆ, ନିରଞ୍ଜନ ନାଗ, ୟାର ଏନ୍ ଜି ଓ ର ମହେନ୍ଦ୍ର କୁମାର ଯୋଷୀ, ମିରର୍ ଅନୁଷ୍ଠାନର ବହୁ ସ୍ବେଛାସେବୀ, ଅନ୍ଯାନ୍ଯ ଓକିଲଗଣ ଓ ପ୍ରାଧିକରଣର ଅଧିକାରମିତ୍ରଗଣ ଯୋଗ ଦେଇଥିଲେ । ପ୍ରାୟ ୩୫୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ଉକ୍ତ ପର୍ଯ୍ୟଟନସ୍ଥଳୀରୁ ଉଠା ହୋଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha