Home ରାଜ୍ୟଜିଲ୍ଲାରେ ଚାଷ କରି କୋଟିପତି ହୋଇଥିବା କୃଷକ ଜିଲ୍ଲାର ଗର୍ବ , ଗୌରବ ଓ ଆଦର୍ଶ – ଜିଲ୍ଲାପାଳ ।

ଜିଲ୍ଲାରେ ଚାଷ କରି କୋଟିପତି ହୋଇଥିବା କୃଷକ ଜିଲ୍ଲାର ଗର୍ବ , ଗୌରବ ଓ ଆଦର୍ଶ – ଜିଲ୍ଲାପାଳ ।

ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍ଘାଟିତ।

by Maraguda Express
0 comments

ନୂଆପଡ଼ା – ୦୭/୦୧ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ାରେ ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ କ୍ଲବ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀ , ସାଂସଦ ପ୍ରତିନିଧି , ଡ଼. ସୁଖେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଶାରଦା ପ୍ରସାଦ ସିଂ ବରିହା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ବଲାଙ୍ଗୀର , ଶ୍ରୀମତି ଅନୁସୂୟା କୁମ୍ଭାର, ଅଧ୍ୟକ୍ଷା, ପଞ୍ଚାୟତ ସମିତି, କୋମନା, ଡ. ବାସୁଦେବ ସୁନାନି ଅବସର ପ୍ରାପ୍ତ ଯୁଗ୍ମ ସଚିବ ଭାରତ ସରକାର, ଭରତ ଲାଲ ରାଉତ ସଭ୍ୟ ଜିଲ୍ଲା ପରିଷଦ , ଡ଼. ଲବ ସୋରେନ ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ଏବଂ ବିଜନ କୁମାର ସାହୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ଗୋ ପୂଜନ ସହ ମେଳା ର ଶୁଭାରମ୍ଭ କରିଥିଲେ। ଏହି ମେଳାର ଲକ୍ଷ ଥିଲା ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ସହ ରାଜ୍ୟର ଚାଷୀଙ୍କ ସମୃଦ୍ଧି। ମେଳାରେ ବିଭିନ୍ନ ବିଭାଗର ମୋଟ ୧୯ ଗୋଟି ଷ୍ଟଲ ଲାଗିଛି । ଡ. ରାୟ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା କରି ସ୍ବାଗତ ସମ୍ଭାଷଣ ଦେଇଥିଲେ।ନେସନାଲ ବାଳିକା ହାଇସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା। ଉପସ୍ଥିତ ଅତିଥି ବୃନ୍ଦ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ବୁଲିବା ସହ ମେଳାରେ ଭାଗ ନେଇ ଥିବା ମତ୍ସ୍ୟ ଚାଷୀ , ଗୋପାଳକ, ଛେଳି ମେଣ୍ଢା ପାଳକ, କୁକୁଡ଼ା ଚାଷୀ ଏବଂ ସ୍ଵଂୟ ସହାୟିକା ଗୋଷ୍ଠୀ ର ସମସ୍ତ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। ମତ୍ସ୍ୟ ଓ ପଶୁପାଳନ ମାଧ୍ୟମରେ ମହିଳା ସଶକ୍ତିକରଣ, ଦାଦନ ସମସ୍ୟା ର ନିରାକରଣ ଏବଂ ସର୍ବୋପରି ସ୍ବାବଲମ୍ବୀ ହେବା ପାଇଁ ଆହ୍ବାନ କରିଥିଲେ। ବୈଜ୍ଞାନିକ ପଦ୍ଧତି ଆପଣେଇ ମାଛ ଚାଷ, ପଶୁପାଳନ , ହାଇଡ୍ରୋପୋନିକ ପଦ୍ଧତି ରେ ଘାସ ଚାଷ , ନିୟମିତ ଟୀକାକରଣ , ଇତ୍ୟାଦି ମାଧ୍ୟମ ରେ ଚାଷ ରୁ ହେଉଥିବା ଲାଭକୁ ଦ୍ଵିଗୁଣିତ କରିବା ଉଦ୍ଦେଶ୍ୟ ରେ ଉଦବୋଧନ ଦେଇଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସରକାରୀ ଯୋଜନା ଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଚାଷୀ ମାନେ ପଶୁ ତଥା ଗୋସଂପଦ ର ବିକାଶ ଦିଗରେ ଅଗ୍ରସର ହୋଇ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଗୋମାତା ଯୋଜନା , ମୁଖ୍ୟ ମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା, ମୁଖ୍ୟ ମନ୍ତ୍ରୀ ପ୍ରାଣୀ ସମୃଦ୍ଧି ଯୋଜନା ଲାଭ ଉଠାନ୍ତୁ । ପ୍ରାଣୀ ପାଳନ ମାଧ୍ୟମ ରେ ଦାଦନ ସମସ୍ୟାର ନିରାକରଣ ହୋଇ ପାରିବ ବୋଲି କହିଥିଲେ। ନିଜର ଅଭିଭାଷଣରେ ଜିଲ୍ଲାପାଳ କୃଷକ ର ଉନ୍ନତି ପାଇଁ ପ୍ରାଣୀସମ୍ପଦ ବିଭାଗର ସହଯୋଗ ବହୁ ମହତ୍ତ୍ଵ ରହିଛି ବୋଲି କହିଥିଲେl ଗୋପାଳନ ଓ ପଶୁସମ୍ପଦର ସଂରକ୍ଷଣ ଉପରେ ଗୁରୁତ୍ବ ଦେବା ସହ ପ୍ରାଣୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପ୍ରାଣୀ ସଂପଦ ବିକାଶ ବିଭାଗକୁ ଅଭିନନ୍ଦନ ଜଣାଇ ଥିଲେ । ଜିଲ୍ଲାରେ ଚାଷ କରି କୋଟିପତି ହୋଇଥିବା କୃଷକ ମାନେ ଜିଲ୍ଲାର ଗର୍ବ , ଗୌରବ ଓ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ବୋଲି ଜିଲ୍ଲାପାଳ କହିଥିଲେ। ନିଜ ନିଜ ଅଭିଭାଷଣରେ ଉପସ୍ଥିତ ଅତିଥି ବୃନ୍ଦ ମତ୍ସ୍ୟ ଓ ପଶୁପାଳନ ମାଧ୍ୟମରେ ଆୟ ବୃଦ୍ଧି କରିବାକୁ ଆହ୍ବାନ ଦେଇଥିଲେ । ପ୍ରାଣୀ ସମ୍ପଦ ଉତ୍ପାଦନ ଓ ପରିଚାଳନା ପାଇଁ ସମାଜ ରେ ଚାଷୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଶ୍ରୀମତି ଦେବକୀ ସା ଙ୍କୁ ଗୋପାଳନ ପାଇଁ, ଜୟ ମା ସନ୍ତୋଷି ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ମତ୍ସ୍ୟ ଚାଷ ପାଇଁ , ଶ୍ରୀମତି ଭୂମିସୂତା ଖର୍ସେଲ ଙ୍କୁ ଜୈବ ପୁଞ୍ଜ ମାଧ୍ୟମ ରେ ମାଛ ଚାଷ ପାଇଁ ସମ୍ମାନିତ କରାଯାଇଥିଲା ବୈଜ୍ଞାନିକ – ଚାଷୀ ଆଲୋଚନା ଚକ୍ର ରେ ଡ. ଲବ ସୋରେନ, ଡ. ବାସୁଦେବ ସୁନାନୀ , ଡ. ଶାରଦା ପ୍ରସାଦ ସିଂ ବରିହା , ବିଜନ କୁମାର ସାହୁ, ଡ଼. ସୁଚିଶ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ୫୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ଓ ଚାଷୀ ମାନଙ୍କ ସମସ୍ୟା ର ସମାଧାନ କରିଥିଲେl ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ରେ ପ୍ରାଣୀ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ , କୃଷି ବିଜ୍ଞାନ କେନ୍ଦ୍ର , ପର୍ଯ୍ୟଟନ ବିଭାଗ , ପୋଲିସ, ଅଗ୍ନିଶମ ବିଭାଗ, ଓମଫେଡ, ହସ୍ତତନ୍ତ ବିଭାଗ , ମିଶନ ଶକ୍ତି, ଗୃହ ଉଦ୍ୟୋଗ , ଜିଲ୍ଲା ଶିଳ୍ପ କେନ୍ଦ୍ର ଅଂଶ ଗ୍ରହଣ କରିଥିଲେ l ମେଳାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ରେ ବିଭିନ୍ନ ପ୍ରକାରର ଘାସ ଚାଷ , ହାଇଡ୍ରୋପୋନିକ୍ସ ପଦ୍ଧତି , ଆଜୋଲା ଉତ୍ପାଦନ , ଗିର ଗାଈ, ସାହିୱାଲ ଗାଈ , ଶଙ୍କର ଜାତୀୟ ହୋଲଷ୍ଟିନ ଗାଈ , କୃତ୍ରିମ ପ୍ରଜନନ ପଦ୍ଧତି ରେ ଜନ୍ମିତ ବ୍ଲାକ ବେଙ୍ଗଲ ଛେଳି, ଗଞ୍ଜାମ ଛେଳି , ଗୁଣ୍ଡୁରି ଚଢ଼େଇ, ଅଣ୍ଡା ଦିଆ କୁକୁଡ଼ା, ହଂସଲି କୁକୁଡ଼ା, ଦେଶୀ ବତକ, ବନରାଜ କୁକୁଡ଼ା , ଠେକୁଆ, ମାଛ ହ୍ୟାଚେରି, ବାୟୋଫ୍ଲକ ଟ୍ୟାଙ୍କ, ନର୍ସରୀ ଟ୍ୟାଙ୍କ,ସମନ୍ୱିତ କୃଷି ଇତ୍ୟାଦି ପ୍ରଦର୍ଶିତ ହୋଇ କୃଷକ ତଥା ଜନ ସାଧାରଣଙ୍କୁ ଆକୃଷ୍ଟ କରୁଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha