53
ନୂଆପଡ଼ା -୧୬/୯ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜନୈକା ଯୌନ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ପୀଡ଼ିତ କ୍ଷତିପୂରଣ ଯୋଜନା, ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଆର୍ଥିକ କ୍ଷତିପୂରଣ ବାବଦରେ ତିରିଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ନୂଆପଡ଼ାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ପୋକ୍ସୋ କୋର୍ଟ ବିଚାରପତି ସୁନୀଲ କୁମାର ଦାସ ମାମଲାର ବିଚାରକରି ପୋକ୍ସୋ ଅଧିନିୟମ ଅନୁଯାୟୀ ପିଡ଼ୀତାଙ୍କୁ ୩୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରିବାକୁ ସୁପାରିଶ କରିଥିଲେ। ପ୍ରାଧିକରଣର ସଚିବ ନବନୀତା ଦାଶ ୩୦ ହଜାର ଟଙ୍କାର ଚେକ୍ ଟିକୁ ଉକ୍ତ ନାବାଳିକାଙ୍କୁ ପ୍ରଦାନ କରି ତାଙ୍କୁ ଏହି ଅର୍ଥରାଶିର ସଦୁପଯୋଗ କରିବାପାଇଁ ଏବଂ ପୁନଃ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢ଼ିବାକୁ ପ୍ରବର୍ତ୍ତାଇ ଥିଲେ।