Home ରାଜ୍ୟଡୁମେରପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା ପଦଯାତ୍ର ଅନୁଷ୍ଠିତ

ଡୁମେରପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା ପଦଯାତ୍ର ଅନୁଷ୍ଠିତ

by Maraguda Express
0 comments

ନୂଆପଡ଼ା -୧୨/୮(ସୁରେନ୍ଦ୍ର ତିୱାରୀ ) ଆଜି ନୂଆପଡ଼ା ସଦର ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁମେରପାଣି ଠାରେ ହର ଘର ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଇତିହାସ ଅଧ୍ୟାପକ ଡ଼. ଶିବ ପ୍ରସାଦ ବେହେରା ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ରାମବାସୀଙ୍କୁ ତ୍ରିରଙ୍ଗା ପତାକା ଦେଇ ଦେଶପ୍ରେମ ଓ କର୍ତ୍ତବ୍ୟ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ । ପଦଯାତ୍ରା ପରେ ଡ.ଶିବ ପ୍ରସାଦ ବେହେରା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ର ପ୍ରେମ ସହ ଜାତୀୟ ପତାକା ର ମହତ୍ତ୍ଵ ଉପରେ ଜାଗୃତ କରିଥିଲେ । ତୁମେରପାଣି କ୍ଳଷ୍ଟର ସଂଯୋଜକ ମକରଧ୍ୱଜ ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଟିକେଶ୍ଵର ସାହୁ, ସମିତି ସଭ୍ୟ ଚୁରନ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ପ୍ରତିଭା ଦାସ ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକରି ତ୍ରିରଙ୍ଗା ପଦଯାତ୍ରା ସଫଳ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha