54

ନୂଆପଡ଼ା -୨୫/୧୧ (ସୁରେନ୍ଦ୍ର ତିୱାରୀ) ଏକ ୩୦ଟିକିଆ ହାତୀପଲ ପଡ଼ୋଶୀ ରାଜ୍ୟ ଛତିଶଗଡରୁ ସୁନାବେଡ଼ା ଅଭୟାରଣ୍ୟ ଦେଇ ଖଡିଆଳ ବ୍ଲକ ତିଖାଲି ଅଞ୍ଚଳକୁ ପଶିଆସିଥିଲେ। ଏମାନଙ୍କ ମଧ୍ୟରେ ୧୫ ମାଈ ହାତୀ ଥିବାବେଳେ ୭ ଗୋଟି ପୁରୁଷ ହାତୀ ଏବଂ ୮ ଗୋଟି ଛୁଆ ହାତୀ ରହିଛନ୍ତି। ଏହା ଜାଣିବା ପରେ ବନ ବିଭାଗ ପକ୍ଷରୁ ଡ୍ରୋନ ସାହାଯ୍ୟରେ ସେମାନଙ୍କ ଗତବିଧି ଉପରେ ନଜର ରଖାଯାଇଥିଲା। ଏହାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଥିଲ। ହାତୀପଲ କେତେକ ସ୍ଥାନରେ ଫସଲ କ୍ଷୟକ୍ଷତି କରିଥିବାରୁ କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ଦେବା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ହାତୀପଲ ସୁରକ୍ଷିତ ଅବସ୍ଥାରେ ବଲାଙ୍ଗୀର ଜିଲାକୁ ପ୍ରବେଶ କରିଥିବା ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ସୂଚନା ଦେଇଛନ୍ତି।

