
ନୂଆପଡ଼ା -୧୧/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲା କୋମନା ବ୍ଲକ୍ ଅନ୍ତର୍ଗତ ପୁରୁଣା ଲଖନା ବାସିନ୍ଦା ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତ ଙ୍କୁ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରନି ଗ୍ରାମ ର ଦାଦନ ସର୍ଦ୍ଧାର ଅରମାନ ଖାନ ଅନ୍ୟ ରାଜ୍ଯ ଆନ୍ଧ୍ରପ୍ରଦେଶ କୁ ଦାଦନ ଖଟାଇବାକୁ ନେବାର ଥିଲା କିନ୍ତୁ ତାଙ୍କ ମୃତ ଦେହ କଣ୍ଟାବାଞ୍ଜି – ତୁରେକେଲା ମଝି ରେଳ ଲାଇନ ଧାରଣ ରେ ମିଳିଥିଲା। ଅନୁସୂଚିତ ଜାତି ଓ ଜନଜାତି ମିଳିତ ମଞ୍ଚ ପକ୍ଷରୁ ମୃତ୍ୟୁ ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ଦାବି କରି ଲଖନା ଥାନା ଘେରାଉ କରିଥିଲେ। ତୁରେକେଲା ବ୍ଲକ ଝିରନି ର ଶ୍ରମିକ ଦଲାଲ ଅରମାନ ଖାନ ର ସହଯୋଗୀ ଲଖନା ର ରାଜୁ ସୁନାନୀ ଗତ ୩ ତାରିଖ ୩୦ ହଜାର ଟଙ୍କା ଅଗ୍ରିମ ଦେଇ ବାଞ୍ଛାନିଧି ଙ୍କୁ ନେଇଥିଲା କିନ୍ତୁ ୪ ତାରିଖ ନିଖୋଜ ହୋଇଯାଇଥିଲ।
୭ ତାରିଖ ତୁରେକେଲା ଥାନା ମହୁଲବାହାଲି ନିକଟରେ ଟ୍ରେନ ଧାରଣାରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ପଡ଼ିଥିବା ଅବସ୍ଥାରେ ରେ ମିଳିଥିଲା ଶବକୁ କଣ୍ଟାବାଞ୍ଜି ଜିଆରପି ରେଲୱେ ପୁଲିସ ଜବତ କରି ପରିବାରଙ୍କୁ ସୂଚନା ଦେଇଥିଲୋ ଏହି ଘଟଣାଟି ହତ୍ୟା ଘଟଣା ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି । ପୁରୁଣା ଲଖନା ଗ୍ରାମବାସୀ, ଗରିବ ସେନା, ଆଦିବାସୀ ମହାସଂଘ ପକ୍ଷରୁ ହତ୍ୟା ଦାବି ନେଇ ଥାନା ଘେରାଉ କରାଯାଇଥିଲା ଦାଦନ ସର୍ଦ୍ଧାରକୁ ଆଇନ ଅନୁଯାୟୀ ଗିରଫ ଓ ତା ବିରୁଦ୍ଧରେ ମାମଲା ରୁଜୁ କରାଯାଉ ତଥା ମୃତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦାବିରେ ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ ଓ ଗରିବସେନା ସଭାପତି ରବି ମଙ୍ଗରାଜ, ମାନବାଧିକାର ସଂଯୋଜକ ଗଦାଧର ମାଝି, ଅର୍ଜ୍ଜୁନ ମାଝି ପ୍ରମୁଖ ନେତୃତ୍ବରେ ଶତାଧିକ ପୁରୁଷ ମହିଳା ପୁରୁଣା ଲଖନା ଗ୍ରାମବାସୀ ପ୍ରାୟ ୧ ଘଣ୍ଟା କାଳ ଲଖନା ପୋଲିସ୍ ଷ୍ଟେସନ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣା ସ୍ଥଳରେ ନୂଆପଡା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ ପହଞ୍ଚି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକାରୀ ଧାରଣରୁ ଓହରି ଥିଲେ। ଏ ଅବସର ରେ କୋମନା ବିଡ଼ିଓ ସର୍ବେଶ୍ଵର ଜାଲ, ଏସଡିପିଓ ଖିଲେଶ୍ୱର୍ ସାହୁ,ଲଖନା ଥାନା ଆଆଇସି ରଞ୍ଜନ କୁମାର୍ ନାଏକ, କୋମନା ଆଇଆଇସି ରଶ୍ମିତା ପ୍ରଧାନ,ଦୟାନିଧି ଦଳପତି ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

