ଦୁର୍ନୀତି ର ଶିକାର ଆଦିବାସୀ ଭିନ୍ନକ୍ଷମ ମହିଳା : ମନରେଗା ଅର୍ଥ ବାଟ ମାରଣ ଅଭିଯୋଗ 

ନୂଆପଡ଼ା -୧୩/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ର ବଣ ପାହାଡ ଘେରା ଅନୁନ୍ନତ କୋମନା ବ୍ଲକ ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ବହୁଲତା ଥିବା ବେଳେ ତାଙ୍କ ଜୀବନ ଜୀବିକା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି କିନ୍ତୁ କେତେକ ଖଳ ପ୍ରକୃିରର ସରକାରି କର୍ମଚାରୀ ଯୋଜନା ଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ ନକରି ସରକାରୀ ଅର୍ଥ ବାଟମାରଣା କରି ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। କିଛି ଦିନ ତଳେ ଦୁର୍ନୀତି ରେ ଉବୁଟୁବୁ କୁରେଶ୍ୱର୍ ପଞ୍ଚାୟତ ର ସରପଞ୍ଚ,ଇ. ଓ. ଏବଂ ଯନ୍ତ୍ରୀ ନିଲମ୍ବିତ ହୋଇଥିବା ବେଳେ ପୁଣି ଉପରୋକ୍ତ ସମସ୍ୟା ମୁଣ୍ଡ ଟେକିଛି। ମନରେଗା ଅର୍ଥ ବାଟମାରଣା ଘଟଣା ଲୋକଲୋଚନ କୁ ଆସୁଥିବା ବେଳେ କୁରେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୋଟସର ଗ୍ରାମ ନିବାସୀ ସଙ୍ଗୀତା ଶବର ନାମ୍ନୀ ଏକ ଭିନ୍ନକ୍ଷମ ମହିଳା ଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରି ସାରିଥିବା ସତ୍ୱେ ଏ ଯାବତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟାଦେଶ ପ୍ରକାରେ ୯୫ ଟି ଶ୍ରମ ଦିବସ ର ମଜୁରୀ ବାବଦକୁ ପ୍ରାପ୍ୟ ଟ ୩୨୯୯୯/-ମଧ୍ୟ ରୁ କିଛି ମଧ୍ୟ ଅର୍ଥ ମିଳିନଥିବା ଜଣାପଡିଛି। ଅପରପକ୍ଷେ ସମ୍ପୃକ୍ତ ହିତାଧିକାରୀ ଜଣକ ଗ୍ରାମ ରୋଜଗାର ସେବକ ଙ୍କୁ ତାଙ୍କ ଦ୍ୱାରା ଜମା କରାଯାଇଥିବା ବ୍ୟାଙ୍କ ଏକାଉଣ୍ଟ ଓ ଆଧାର କାର୍ଡ ପ୍ରକାରେ ମଜୁରୀ ବାବଦ ଅର୍ଥ ପ୍ରଦାନ ପାଇଁ ଜଣେଇବା ରୁ ଉକ୍ତ ଟଙ୍କା ପୈଠ ହୋଇସାରିଥିବା ସେ ପ୍ରକାଶ କରିଛନ୍ତି। ସମ୍ପୃକ୍ତା ହିତାଧିକାରୀ ଙ୍କ ଭାଇ ଏହାର ଖୋଳତାଡ଼ କରି ଉକ୍ତ ପ୍ରାପ୍ୟ ମଜୁରୀ ମଧ୍ୟରୁ ଟ ୩୧୫୯୧/- ଆଠଗୋଟି ମାଷ୍ଟର ରୋଲ ଜରିଆରେ ସମାନ ନାମ ବିଶିଷ୍ଟ ଅନ୍ୟ ଜଣେ ମହିଳା ଙ୍କୁ ଭିନ୍ନ ଏକ ବେଙ୍କ ଏକାଉଣ୍ଟ ଜରିଆରେ ପୈଠ କରି ଦେଇଥିବା ଜାଣିବାକୁ ପାଇଛନ୍ତି।
ପୂର୍ବରୁ ସେ ନିଜ ଏକାଉଣ୍ଟ ମାଧ୍ୟମରେ ଗୃହ ନିର୍ମାଣ କିସ୍ତି ଅର୍ଥରାଶି ପାଇସାରିଥିବା ବେଳେ ମଜୁରୀ ଅର୍ଥ କୁ ସେହି ଏକାଉଣ୍ଟ ରେ ପଠାନଯାଇ ଉକ୍ତ ଅର୍ଥ କୁ ତତ୍କାଳୀନ ଗ୍ରାମ ରୋଜଗାର ସେବକ ଜ୍ଞାତ ସାର ରେ ଏଭଳି ଭାବେ ବାଟ ମାରଣ କରି ଥିବା ନେଇ ସେ ଅଭିଯୋଗ କରିବା ସହ ଘଟଣାର ଏକ ନିରପେକ୍ଷ ତଦନ୍ତ ପୂର୍ବକ ତାଙ୍କ ପ୍ରାପ୍ୟ ମଜୁରୀ ଯଥାଶୀଘ୍ର ପୈଠ କରିବା ସହ ଦୋଷୀ ଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରିଛନ୍ତି।
ଦୁର୍ନୀତି ର ଶିକାର ଆଦିବାସୀ ଭିନ୍ନକ୍ଷମ ମହିଳା : ମନରେଗା ଅର୍ଥ ବାଟ ମାରଣ ଅଭିଯୋଗ
188
previous post