Home ରାଜ୍ୟନୂଆପଡ଼ାରେ କୃଷିର ବିକାଶ ଓ ଜୈବିକ ଚାଷ ଉପରେ ଗୁରୁତ୍ୱ : ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ।

ନୂଆପଡ଼ାରେ କୃଷିର ବିକାଶ ଓ ଜୈବିକ ଚାଷ ଉପରେ ଗୁରୁତ୍ୱ : ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ।

by Maraguda Express
0 comments
ନୂଆପଡ଼ା ୧/୬- ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଛନ୍ତି। ଚାଷ ଓ ଚାଷୀଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ପିତ ବୋଲି ଏହି ଅବସରରେ ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟ ସଭାପତି କହିଛନ୍ତି ଯେ, ନୂଆପଡ଼ା ଜିଲ୍ଲାରେ କୃଷିର ଉନ୍ନତି ପାଇଁ ବହୁତ ବଡ଼ ସମ୍ଭାବନା ରହିଛି। ଏଠାକାର ଚାଷୀମାନେ କେବଳ ପାରମ୍ପରିକ ଧାନ ଚାଷ ମଧ୍ୟରେ ସୀମିତ ନରହି ଆଧୁନିକ ତଥା ଉନ୍ନତ ପ୍ରଣାଳୀରେ କୁକୁଡ଼ା ପାଳନ, ମାଛ ଚାଷ ଏବଂ ଆମ୍ବ ବଗିଚା ଭଳି ପଦକ୍ଷେପ ଆପଣାଇଛନ୍ତି। ଆଗାମୀ ଦିନରେ ସ୍ଥାନୀୟ ଚାଷୀଙ୍କୁ ବ୍ୟାପକ ଭାବେ ‘ଜୈବିକ ଚାଷ’  ପ୍ରତି ଉତ୍ସାହିତ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।                                ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ଜଳାଭାବ ଯୋଗୁଁ ଚାଷ ଉଜୁଡ଼ିଯିବା ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ, ଶ୍ରୀ ପାଢ଼ୀ କହିଥିଲେ ଯେ ଏହି ସମସ୍ୟା ବାବଦରେ ପୂର୍ବରୁ ତାଙ୍କ ପାଖରେ ସୂଚନା ନଥିଲା। ମାତ୍ର ନୂଆପଡ଼ା ଗସ୍ତରେ ଆସିବା ପରେ ହିଁ ସେ ଏହି ସମ୍ବେଦନଶୀଳ ସମସ୍ୟା ବିଷୟରେ ଅବଗତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ଅନେକ ବରିଷ୍ଠ ନେତା ଓ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆର୍ତ୍ତବନ୍ଧୁ ପୃଷ୍ଟି ରାଜ୍ୟ ସାଧାରଣ ସମ୍ପାଦକ, କୃଷକ ମୋର୍ଚ୍ଚା,ଦିବ୍ୟ କିଶୋର ଭୋଇ ରାଜ୍ୟ ସମ୍ପାଦକ, ଅଭିନନ୍ଦନ ପଣ୍ଡା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ,ଗୋବିନ୍ଦ ପ୍ରଧାନ ଜୟଜଙ୍ଘା ମଣ୍ଡଳ ସଭାପତି,ସୁନୀଲ ସାହୁ କୋନାବିରା ମଣ୍ଡଳ ସଭାପତି,ସଦାନନ୍ଦ ଯୋଷୀ ନୂଆପଡ଼ା ସଦର ଏନଏସି ମଣ୍ଡଳ ସଭାପତି, ମୁକେଶ ଚନ୍ଦ୍ରକାର ବିଶିଷ୍ଟ ଚାଷୀ, ମୁରଲୀ ସୁନା ଓ ଲଳିତ ଶବର ବରିଷ୍ଠ ନେତା। ଏହି ଗସ୍ତ ଦ୍ୱାରା ନୂଆପଡ଼ା ଜିଲ୍ଲାର କୃଷି ସମସ୍ୟା ଓ ସମ୍ଭାବନାକୁ ରାଜ୍ୟ ସ୍ତରରେ ପହଞ୍ଚାଇବା ସହ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ରୋଡ ମେପ୍ ପ୍ରସ୍ତୁତ କରାଯିବ ବୋଲି ଆଶା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha