Home ରାଜ୍ୟନୂଆପଡ଼ାରେ କୃଷି ବିଭାଗର ସମୀକ୍ଷା ବୈଠକ : କୃଷକ ରେଜିଷ୍ଟ୍ରି ରେ ଜିଲ୍ଲାର ବାଜିମାତ, ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର।

ନୂଆପଡ଼ାରେ କୃଷି ବିଭାଗର ସମୀକ୍ଷା ବୈଠକ : କୃଷକ ରେଜିଷ୍ଟ୍ରି ରେ ଜିଲ୍ଲାର ବାଜିମାତ, ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର।

by Maraguda Express
0 comments
ନୂଆପଡ଼ା -୧୧/୪- ନୂଆପଡ଼ା ଜିଲ୍ଲାରେ କୃଷି ଓ କୃଷକର ଉନ୍ନତି ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ‘କୃଷକ ରେଜିଷ୍ଟ୍ରି’ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟରେ ୪ ର୍ଥ ସ୍ଥାନ ଅଧିକାର କରିଛି।
​ଡିଜିଟାଲ କ୍ରପ ସର୍ଭେରେ ଅଗ୍ରଗତି।
​ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସୂଚନା ଦେଇଛନ୍ତି ଯେ,
​ଜିଲ୍ଲାରେ ମୋଟ ୫,୫୬,୩୫୨ ଟି ପ୍ଲଟ୍ ରେ ସର୍ଭେ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି।
​ନିର୍ଦ୍ଧାରିତ ଲକ୍ଷ୍ୟର ୯୨ ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଥିବା ବେଳେ ଡିଜିଟାଲାଇଯେସନ ଉପରେ ଗୁରୁତ୍ୱ ଦିଆଯାଉଛି।
​ବ୍ଲକ ଅନୁଯାୟୀ କୃଷକ ନିବନ୍ଧନ ର ସ୍ଥିତି (୦୮ ଏପ୍ରିଲ ୨୦୨୬ ସୁଦ୍ଧା)
​ଜିଲ୍ଲାରେ ମୋଟ ୧,୦୧,୧୨୮ ଜଣ ଚାଷୀଙ୍କ ନିବନ୍ଧନ ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୮,୧୦୨ ଜଣଙ୍କ ପଞ୍ଜିକରଣ ଶେଷ ହୋଇଛି। ବିଭିନ୍ନ ବ୍ଲକର ତଥ୍ୟ ନିମ୍ନରେ ପ୍ରଦାନ କରାଗଲା :-
​ସମୀକ୍ଷା ସମୟରେ କିଛି ବୈଷୟିକ ବାଧାବିଘ୍ନ ଯଥା— ଉପନାମରେ ତ୍ରୁଟି, ମହିଳା ଚାଷୀଙ୍କ ସ୍ଥାନାନ୍ତରଣ ଏବଂ ପୁରୁଣା ତଥ୍ୟର ପୁନରାବୃତ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରି ନୂଆପଡ଼ାକୁ ରାଜ୍ୟର ନମ୍ବର-୧ ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳ ଶ୍ରୀ ଦାଶ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
​ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା
​କୃଷି କ୍ଷେତ୍ରରେ ନିଜର ନିପୁଣତା ଓ ସଫଳତା ପ୍ରଦର୍ଶନ କରିଥିବା ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ବୈଠକରେ ସମ୍ମାନିତ କରାଯାଇଥିଲା:
​ତୁଳସୀରାମ ବଞ୍ଚୋର (କୋମନା)
​ଗଣପତି ନାୟକ (ସିନାପାଲି)
​ବନମାଳୀ ମାଝି (ବୋଡେନ)
​ନମିତା ରାଉତ (ଖଡ଼ିଆଳ)
​କିରତି ସାହୁ (ନୂଆପଡ଼ା)
​ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଭିଓ ସୁଖେନ୍ଦୁ ରାୟଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି କୃଷକ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସଂକଳ୍ପ ନେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha