2

ବୋଡ଼େନ – ୧୫/୪ (ଜଗତରାମ ଦଣ୍ଡ ସେନା) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଖଇରା ଅଞ୍ଚଳ ଏବେ କ୍ରିକେଟ ଜ୍ୱରରେ କମ୍ପୁଛି। ମା’ ବଲସ ଘରୀଏନ ସ୍ପୋର୍ଟ୍ସ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଭବ୍ୟ ଫ୍ଲଡ଼-ଲାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସନ୍ଧ୍ୟାର ଆଲୋକମାଳା ମଧ୍ୟରେ ଖେଳାଳିଙ୍କ ଚୌକା-ଛକା ଏବଂ ଦର୍ଶକଙ୍କ କରତାଳିରେ ପୁରା ପରିବେଶ ଉତ୍ସବମୁଖର ହୋଇଉଠିଛି।

