Home ରାଜ୍ୟପୁରୀରୁ ପଦଯାତ୍ରା କରି ଗାଁକୁ ଫେରିଲେ ତେଜେଶ୍ୱର : ଦାବେରୀ ଗ୍ରାମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା।

ପୁରୀରୁ ପଦଯାତ୍ରା କରି ଗାଁକୁ ଫେରିଲେ ତେଜେଶ୍ୱର : ଦାବେରୀ ଗ୍ରାମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା।

by Maraguda Express
0 comments
ବୋଡ଼େନ – ୧୫/୦୪ (ଜଗତରାମ ଦଣ୍ଡସେନା) ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ପଦଯାତ୍ରାରେ ନିଜ ଭିଟାମାଟିକୁ ଫେରିଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଜଣେ ନିଷ୍ଠାପର ଭକ୍ତ। ଦୀର୍ଘ ଏକ ମାସର କଷ୍ଟସାଧ୍ୟ ପଦଯାତ୍ରା ପରେ ଖଇରା ପଞ୍ଚାୟତ ଅନ୍ତର୍ଗତ ଦାବେରୀ ଗ୍ରାମର ତେଜେଶ୍ୱର ହଂସ ସ୍ୱଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅଦ୍ଭୁତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀକ୍ଷେତ୍ରରୁ ଦାବେରୀ ପର୍ଯ୍ୟନ୍ତ ଦୀର୍ଘ ପଥକୁ ତେଜେଶ୍ୱର ପାଦରେ ଚାଲି ଚାଲି ଅତିକ୍ରମ କରିଥିଲେ। ତେଜେଶ୍ୱର ଗାଁରେ ପହଞ୍ଚିବା ପରେ ଏକ ପ୍ରକାର ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ସଂକୀର୍ତ୍ତନ ଓ ପୁଷ୍ପଗୁଚ୍ଛ ଦେଇ ଗ୍ରାମବାସୀ ତାଙ୍କୁ ପାଛୋଟି ନେଇଥିଲେ।
ଏହି ଅବସରରେ ତାଙ୍କ ପିତା କୋନ୍ଦା ହଂସ ଓ ମାତା ବୁଧବାରୀ ହଂସ ପୁଅର ନିରାପଦ ପ୍ରତ୍ୟାବର୍ତ୍ତନରେ ଖୁସି ବ୍ୟକ୍ତ କରିବା ସହ ଗ୍ରାମବାସୀଙ୍କୁ ଶ୍ରୀମନ୍ଦିରରୁ ଆଣିଥିବା ନିର୍ମାଲ୍ୟ ଓ ଅଭଡ଼ା ଅନ୍ନ ବଣ୍ଟନ କରିଥିଲେ।
ଏହି ସମ୍ବର୍ଦ୍ଧନା ପର୍ବକୁ ସଫଳ କରିବାରେ ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ଥିଲେ।
ନିତ୍ୟାନନ୍ଦ ସଲମା, ମହେଶ୍ୱର ହଂସ, ତୁଳସୀ ବାଗ, କୈଳାଶ ନାଗ, ହେମନ୍ତ ହଂସ, ବନମାଳୀ ନାଗ, ସନ୍ତୋଷ ସଲମା ଏବଂ ଟୁନା ସଲମା ପ୍ରମୁଖ ,ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।                  ତେଜେଶ୍ୱରଙ୍କ ଏହି ଆଧ୍ୟାତ୍ମିକ ଯାତ୍ରା ଓ ଦୃଢ଼ ମନୋବଳକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ପଦଯାତ୍ରା ସ୍ଥାନୀୟ ଯୁବପୀଢ଼ିଙ୍କ ମଧ୍ୟରେ ଭକ୍ତି ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha