Home ରାଜ୍ୟ‘ଦେବାର ଆଦର୍ଶ କଲୋନୀ’ ଲୋକାର୍ପିତ : ୧୫ ଯାଯାବର ପରିବାର ଙ୍କ ସ୍ୱପ୍ନ ସାକାର, ନୂତନ ଗୃହରେ କଲେ ପ୍ରବେଶ।

‘ଦେବାର ଆଦର୍ଶ କଲୋନୀ’ ଲୋକାର୍ପିତ : ୧୫ ଯାଯାବର ପରିବାର ଙ୍କ ସ୍ୱପ୍ନ ସାକାର, ନୂତନ ଗୃହରେ କଲେ ପ୍ରବେଶ।

by Maraguda Express
0 comments
ନୂଆପଡ଼ା -୧୪/୪- (ସୁରେନ୍ଦ୍ର ତିୱାରୀ) – ନୂଆପଡ଼ା ଜିଲ୍ଲାରେ ବାସହୀନ ଓ ଯାଯାବର ଶ୍ରେଣୀର ଲୋକଙ୍କ ସ୍ଥାୟୀ ଥଇଥାନ ଦିଗରେ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିକଟରେ ନିର୍ମିତ ‘ଦେବାର ଆଦର୍ଶ କଲୋନୀ’ କୁ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରାଯାଇଛି।
ଭବ୍ୟ ଲୋକାର୍ପଣ ଓ ଗୃହ ପ୍ରବେଶ
ବିଧାୟକ ଜୟ ଧୋଲକିଆ ଏବଂ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ କରକମଳରେ ଏହି ଆଦର୍ଶ କଲୋନୀର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ୧୫ଟି ପକ୍କା ଘରକୁ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ଅତିଥିମାନଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ହିତାଧିକାରୀମାନେ ନିଜର ନୂତନ ଗୃହରେ ପ୍ରବେଶ କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ମାନିତ ଅତିଥି ଗଣ ମଧ୍ୟ ରେ ଲମ୍ବୋଦର ଧରୁଆ, ମୁଖ୍ୟ ଉନ୍ନୟନ ଅଧିକାରୀ
ପ୍ରେମ ଅଗ୍ରୱାଲ, ସାଂସଦ ପ୍ରତିନିଧି
ସନ୍ଦୀପ କୁମାର ଚନ୍ଦ୍ରକାର,ଏନଏସି ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।
ସୁବିଧା ସୁଯୋଗର ସମାହାର
ଏହି ଆଦର୍ଶ କଲୋନୀରେ ହିତାଧିକାରୀଙ୍କ ପାଇଁ ସମସ୍ତ ପ୍ରକାର ଆଧୁନିକ ମୌଳିକ ସୁବିଧା ସୁନିଶ୍ଚିତ କରାଯାଇଛି ।
ବିଦ୍ୟୁତ ସଂଯୋଗ ଓ ନିରନ୍ତର ପାନୀୟ ଜଳ ବ୍ୟବସ୍ଥା। ପ୍ରତି ଘରେ ସ୍ୱତନ୍ତ୍ର ଶୌଚାଳୟ।ଯାତାୟାତ ପାଇଁ ଉନ୍ନତମାନର ସଂଯୋଗ ସଡ଼କ।
“ଏହି କଲୋନୀ ହିତାଧିକାରୀମାନଙ୍କ ଦୀର୍ଘଦିନର ସ୍ୱପ୍ନକୁ ସାକାର କରିଛି। ଜିଲ୍ଲା ପ୍ରଶାସନ ଓ ଏନଏସି କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆଜି ଏହି ଗରିବ ପରିବାରମାନେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାୟୀ ଠିକଣା ପାଇଛନ୍ତି।”
— ଜୟ ଧୋଲକିଆ, ବିଧାୟକ
ପ୍ରଶାସନିକ ପରାମର୍ଶ ଓ ଜନ ପ୍ରତିକ୍ରିୟା
ଜିଲ୍ଲାପାଳ ମଧୁସୂଦନ ଦାଶ ହିତାଧିକାରୀଙ୍କ ସହ ସୁଖଦୁଃଖ ବାଣ୍ଟିବା ସହ ଆଗାମୀ ୭ ଦିନ ମଧ୍ୟରେ ନୂତନ ଘରେ ସମ୍ପୂର୍ଣ୍ଣ ଭାବେ ବସବାସ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ଘର ପାଇବା ପରେ ଜଣେ ଦେବାର (ଯାଯାବର) ହିତାଧିକାରୀ ଭାବପୂର୍ଣ୍ଣ ହୋଇ କହିଛନ୍ତି ଯେ, ସରକାରଙ୍କ ଏହି ସହାୟତା ଯୋଗୁଁ ସେମାନେ ଏବେ ସମ୍ମାନର ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ।      ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ
ଆଦର୍ଶ ଥାନାରେ ଜଳଛତ୍ର ଉଦ୍‌ଘାଟିତ।
ଆଜିର ଏହି ଗସ୍ତ ଅବସରରେ ଅତିଥିମାନେ ସ୍ଥାନୀୟ ଆଦର୍ଶ ପୋଲିସ ଥାନା ପରିସରରେ ଏକ ଜଳଛତ୍ର ର ଶୁଭାରମ୍ଭ କରିଥିଲେ। ପ୍ରଚଣ୍ଡ ରୌଦ୍ରତାପରୁ ସାଧାରଣ ପଥଚାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ନାଗରିକମାନେ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha