66
ନୂଆପଡ଼ା – ୧୫/୧୧- ବିହାର ରାଜ୍ୟବାସୀଙ୍କ ପ୍ରମୁଖ ତଥା ଲୋକଆସ୍ଥାର ମହାନ ପର୍ବ ଛଟ୍ ପୂଜା ଏବେ କେବଳ ବିହାରରେ ସୀମିତ ନରହି ସାରା ଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟର ପରିବାରଗୁଡ଼ିକ ପକ୍ଷରୁ ଚାରିଦିନ ବ୍ୟାପୀ ପାରମ୍ପରିକ ରୀତିନୀତି ଓ ଧାର୍ମିକ ନିଷ୍ଠାର ସହ ଛଟ୍ ପୂଜା ଆୟୋଜିତ ହେଉଛି।

