145
ପ୍ରଧାନମନ୍ତ୍ରୀ ଙ୍କ ଗସ୍ତକୁ ନେଇ ରାଇରଙ୍ଗପୁର ସହର ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଉତ୍ସବ ମୁଖର ପରିବେଶ ରେ ଉଜ୍ଜ୍ୱଳ ହୋଇଉଠିଥିଲା। ହଜାର ହଜାର ଜନସାଧାରଣ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦେଶର ବିକାଶ ଓ ଓଡ଼ିଶାର ଅଗ୍ରଗତି କୁ ନେଇ ବିଭିନ୍ନ ଘୋଷଣା ଏବଂ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରାଯାଇଥିଲା।ଏହି ସମ୍ମାନଜନକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ ବିଜେପି ଓଡ଼ିଶାର ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ର ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଉପସ୍ଥିତି କେବଳ ନୂଆପଡ଼ା ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇନଥିଲା, ବରଂ ପଶ୍ଚିମ ଓଡ଼ିଶାର ରାଜନୈତିକ ନେତୃତ୍ୱ ର ଏକ ସଶକ୍ତ ପ୍ରତିନିଧିତ୍ୱ ଭାବେ ମଧ୍ୟ ପରିଗଣିତ ହୋଇଛି।ନୂଆପଡ଼ା ମାଟିର ଜଣେ ବର୍ଷୀୟାନ, ଯୁଝାରୁ, କର୍ମଠ ଓ ଜନପ୍ରିୟ ନେତା ଭାବେ ପରିଚିତ ବସନ୍ତ କୁମାର ପଣ୍ଡା ଦୀର୍ଘ ବର୍ଷ ଧରି ଜନସେବା ଏବଂ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ସରଳ ବ୍ୟକ୍ତିତ୍ୱ, ସଂଗଠନ ଦକ୍ଷତା ଓ ଜନସମ୍ପର୍କ ତାଙ୍କୁ ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ନୂଆପଡ଼ା- ୨୧/୬ – ନୂଆପଡ଼ା ଜିଲ୍ଲାର ସୁଯୋଗ୍ୟ ସନ୍ତାନ, ବରିଷ୍ଠ ରାଜନେତା ତଥା ଦୀର୍ଘଦିନ ଧରି ଜନସେବା ସହ ଜଡ଼ିତ ଥିବା ବସନ୍ତ କୁମାର ପଣ୍ଡା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆୟୋଜିତ ଏକ ଭବ୍ୟ ଓ ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସକ୍ରିୟ ଉପସ୍ଥିତି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୋଜିତ ଏହି ବିଶାଳ ଜନସଭା ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମ ରାଜ୍ୟ ରାଜନୀତି ଓ ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।